ଓଡିଶା

odisha

ETV Bharat / bharat

ବିଗୁଡୁଛି ବିହାର ବନ୍ୟା ପରିସ୍ଥିତି, 10 ଜିଲ୍ଲାର 7.65 ଲକ୍ଷ ଲୋକ ପ୍ରଭାବିତ - 7.65 lakh people affected in Bihar flood

ବିହାରରେ ବନ୍ୟା ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ଏବେ ସୁଦ୍ଧା 10 ଟି ଜିଲ୍ଲାରେ 7.65 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ପ୍ରାଣହାନୀ ଘଟିନଥିବା ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି।

ବିଗୁଡୁଛି ବିହାରର ବନ୍ୟା ପରିସ୍ଥିତି, 10 ଟି ଜିଲ୍ଲାର 7.65 ଲକ୍ଷ ଲୋକ ପ୍ରଭାବିତ
ବିଗୁଡୁଛି ବିହାରର ବନ୍ୟା ପରିସ୍ଥିତି, 10 ଟି ଜିଲ୍ଲାର 7.65 ଲକ୍ଷ ଲୋକ ପ୍ରଭାବିତ

By

Published : Jul 24, 2020, 8:06 AM IST

Updated : Jul 24, 2020, 8:18 AM IST

ପାଟନା: ଦେଶରେ ବିଗୁଡୁଛି ବନ୍ୟା ପରିସ୍ଥିତି। ଗୋଟିଏ ପଟେ ଆସାମ ଅନ୍ୟପଟେ ବିହାର। ବନ୍ୟା ଜଳରେ ଉବୁଟୁବୁ ହେଉଥିବା ଆସାମରେ ପରିସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ବିହାରରେ ମଧ୍ୟ ଉପୁଜିଛି ସମାନ ପରିସ୍ଥିତି।

ଗୁରୁବାର ସୁଦ୍ଧା ବିହାରରେ ବନ୍ୟା ପରିସ୍ଥିତି ଆହୁରି ଖରାପ ହୋଇ 10 ଜିଲ୍ଲାରେ 7.65 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ପ୍ରାଣହାନି ଘଟିନଥିବା ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି।

ବିଭାଗର ବୁଲେଟିନ୍ ଅନୁଯାୟୀ ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ପୂର୍ବ ଦିନରେ ପାଞ୍ଚ ଲକ୍ଷ ଥିବା ବେଳେ ବର୍ତ୍ତମାନ ସଂଖ୍ୟା ବୃଦ୍ଧି ପାଇ 7.65 ଲକ୍ଷରେ ପହଁଞ୍ଚିଛି।

ନେପାଳ ସୀମାରେ ପ୍ରବଳ ବର୍ଷା ହେତୁ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ହେଉଛି ପଶ୍ଚିମ ଚମ୍ପରନ୍, ପୂର୍ବ ଚମ୍ପରନ୍, ସୀତାମାରହି, ଶୋହର, ସୁପାଲ୍, କିଶାନଗଞ୍ଜ, ଦାରବଙ୍ଗା, ମୁଜାଫରପୁର, ଖାଗରିଆ ଏବଂ ଗୋପାଳଗଞ୍ଜ। ଏହି ଜିଲ୍ଲାଗୁଡ଼ିକରେ 64 ଟି ବ୍ଲକ ଅନ୍ତର୍ଗତ 426 ଟି ପଞ୍ଚାୟତ ପ୍ରଭାବିତ ହୋଇଛନ୍ତି।

ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) ର 13 ଟି ଟିମ୍ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ର ଆଠଟି ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଯାହାର ଏକ ଅଂଶ ବର୍ତ୍ତମାନ ପର୍ଯ୍ୟନ୍ତ 36,448 ଲୋକଙ୍କୁ ପ୍ରଭାବିତ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ପ୍ରଭାବିତ ଜିଲ୍ଲାମାନଙ୍କରେ ନିର୍ମିତ 28 ଟି ରିଲିଫ୍ କ୍ୟାମ୍ପରେ ପାଖାପାଖି 14,000 ଲୋକଙ୍କୁ ରହଣି କରାଯାଇଥିବାବେଳେ 192 ଟି କମ୍ୟୁନିଟି ରୋଷେଇ ଘରେ ପ୍ରାୟ 80,000 ଲୋକଙ୍କୁ ଖାଇବାକୁ ଦିଆଯାଉଛି।

ତେବେ ସମସ୍ତ ପ୍ରଭାବିତ ଲୋକଙ୍କୁ ମଧ୍ୟ ନଗଦ ​​ସହାୟତା ମିଳିବ। ପ୍ରତ୍ୟେକ 6,000 ଟଙ୍କା ଦିଆଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି। ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ମଧ୍ୟରେ ରହିଛି ଆରେରାଜ, ସାଙ୍ଗ୍ରାମପୁର ଏବଂ କେସରିଆ ଅଞ୍ଚଳ। ଏଠାରେ ରହୁଥିବା ଗ୍ରାମଗୁଡିକରେ 78,717 ଲୋକ ଏହି ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଛନ୍ତି।

Last Updated : Jul 24, 2020, 8:18 AM IST

ABOUT THE AUTHOR

...view details