ଓଡିଶା

odisha

ETV Bharat / bharat

ବିହାର ନିର୍ବାଚନ: ମହାମେଣ୍ଟରେ ସିଟ୍‌ ବୁଝାମଣା ଶେଷ, ଅପରାହ୍ନ 4ଟାରେ ହୋଇପାରେ ଘୋଷଣା - seat sharing of mahagathbandhan

ବିହାର ବିଧାନସଭା ନିର୍ବାଚନକୁ ନେଇ ମହାମେଣ୍ଟ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି । ଆଜି ଅପରାହ୍ନ 4ଟାରେ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ବିହାର ନିର୍ବାଚନ 2020: ମହାମେଣ୍ଟରେ ସିଟ୍‌ ବୁଝାମଣା ଶେଷ, ଅପରାହ୍ନ 4ଟାରେ ହୋଇପାରେ ଘୋଷଣା
ବିହାର ନିର୍ବାଚନ 2020: ମହାମେଣ୍ଟରେ ସିଟ୍‌ ବୁଝାମଣା ଶେଷ, ଅପରାହ୍ନ 4ଟାରେ ହୋଇପାରେ ଘୋଷଣା

By

Published : Oct 3, 2020, 1:01 PM IST

ପାଟଣା: ବିହାର ନିର୍ବାଚନରେ ଘଡିକେ ଘୋଡା ଛୁଟୁଛି । ଶୁକ୍ରବାର ପର୍ଯ୍ୟନ୍ତ ମହାମେଣ୍ଟ ଆରଜେଡି ଓ କଂଗ୍ରେସ ମଧ୍ୟରେ ସିଟ୍‌ ବୁଝାମଣାକୁ ନେଇ ସହମତି ହେଉନଥିବାବେଳେ ଆଜି ଉଭୟ ଦଳ ଭିତରେ ଭାଗବଣ୍ଟା ଶେଷ ହୋଇଥିବା କୁହାଯାଉଛି । ଯାହା ଆଜି ଅପରାହ୍ନରେ ଉଭୟ ଦଳ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି ।

ଆରଜେଡି ନେତା ତଥା ରାଜ୍ୟସଭା ସାଂସଦ ମନୋଜ ଝା ଲାଲୁ ନିବାସରେ ବୈଠକ କରିବା ପରେ ମହାମେଣ୍ଟ ନେଇ ବୁଝାମଣା ସରିଥିବା କହିଛନ୍ତି । ଏହାସହ ଆଜି ଅପରାହ୍ନ 4ଟାରେ ଏନେଇ ସାମ୍ବାଦିକ ସମ୍ମିଳନୀ ହେବ ବୋଲି ସେ କହିଛନ୍ତି ।

ମହାମେଣ୍ଟରେ ଆସନ ବୁଝାମଣା ଶେଷ

ମହାମେଣ୍ଟରେ ଆସନ ବୁଝାମଣା ଶେଷ ହୋଇଛି । ସୂତ୍ରଅନୁସାରେ, କଂଗ୍ରେସ 60ରୁ 65 ଆସନ ମଧ୍ୟରେ ଲଢିବାକୁ ରାଜି ହୋଇଥିବାବେଳେ ଆରଜେଡି 137ରୁ 140 ଆସନ ମଧ୍ୟରେ ଲଢିବ । ସେହିପରି ଅନ୍ୟ ଛୋଟଦଳ ବିକାଶଶୀଳ ଇସାନ ପାର୍ଟି(ବିଆଇପି) 5ରୁ 6 ଟି ସିଟ୍‌ରେ ଓ ବାମଦଳଙ୍କୁ 25ଟି ସିଟ୍‌ ମିଳିପାରେ ।

ସୂଚନାଥାଉକି, ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ତିନି ପର୍ଯ୍ୟାୟରେ ହେବ । ଯାହାର ଫଳାଫଳ ନଭେମ୍ବର 10 ତାରିଖରେ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details