ପାଟନା: ଜନତା ଦଳ (ୟୁନାଇଟେଡ୍) ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଜେଡିୟୁ ରାଷ୍ଟ୍ରୀୟ ସଭାପତି ତଥା ମୁଖ୍ୟମନ୍ତ୍ରା ନୀତିଶ କୁମାର ସୂର୍ଯ୍ୟଗଡରୁ ରାମାନନ୍ଦଙ୍କୁ, ଆଗିୟାଙ୍ଗରୁ ପ୍ରଭୁ ରାମ, କରହଗରରୁ ବଶିଷ୍ଠ ସିଂ, ଜଗଦୀଶପୁରରୁ କୁସୁମ ଲତା କୁଶୱାହ, ଝାଝାରୁ ଦାମୋଦର ରାୱତ, ମୋକାମାରୁ ରାଜୀବ ଲୋଚନ, ବରବୀଘାରୁ ସୁଦର୍ଶନଙ୍କୁ ଦିଆଯାଇଛି।
ବିହାର ନିର୍ବାଚନ: ଜେଡିୟୁର ପ୍ରାର୍ଥୀ ଘୋଷଣା - nitish kumar candidate list
ଜନତା ଦଳ (ୟୁନାଇଟେଡ୍) ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆସନଗୁଡିକ ଜେଡିୟୁ ଏବଂ ବିଜେପି ଦ୍ବାରା ବିଭକ୍ତ କରାଯାଇଛି।
ଆସନଗୁଡିକ ଜେଡିୟୁ ଏବଂ ବିଜେପି ଦ୍ବାରା ବିଭକ୍ତ କରାଯାଇଛି। ରବିବାର ବିଜେପି ଏବଂ ଜେଡିୟୁ କିଛି ନେତାଙ୍କୁ ଫୋନ୍ ମାଧ୍ୟମରେ ନାମାଙ୍କନ ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ଏନଡିଏ ପ୍ରାର୍ଥୀମାନେ ଅକ୍ଟୋବର 6 ରୁ ପ୍ରଥମ ପର୍ଯ୍ୟାୟର ଆସନ ପାଇଁ ନାମାଙ୍କନ ଦାଖଲ କରିବେ। ନାମାଙ୍କନପତ୍ରର ଶେଷ ଦିନ ଅର୍ଥାତ୍ 8 ଅକ୍ଟୋବରରେ ଏନଡିଏର ଅନେକ ପ୍ରାର୍ଥୀ ଫର୍ମ ଦାଖଲ କରିବେ ।
ପ୍ରକାଶଥାଉକି, ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ 16 ଟି ଜିଲ୍ଲାର 71 ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଗତ ନିର୍ବାଚନରେ ଆରଜେଡି 25 ଟି ସିଟ୍, ଜେଡିୟୁ 21 ଟି ସିଟ୍, କଂଗ୍ରେସ 8 ଟି ସିଟ୍ ଜିତିଥିଲା। ବିଜେପିକୁ 14 ଟି ଆସନ ମିଳିଥିଲା।