ଓଡିଶା

odisha

ETV Bharat / bharat

ଚିରାଗଙ୍କ ରାଜନୈତିକ ଗଣିତରେ ବିଜେପି ଭୋଟରଙ୍କୁ ସମୀକରଣ ସନ୍ଦେଶ - ବିହାର ବିଜେପି

ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିହାରର ବିଜେପି ମତଦାତାଙ୍କୁ ନିର୍ବଚନୀ ଗଣିତର ସମୀକରଣ ଶିଖାଇଛନ୍ତି ଏଲଜେପି ମୁଖ୍ୟ ଚିରାଗ ପାସୱାନ । ଅଧିକ ପଢନ୍ତୁ...

ଚିରାଗଙ୍କ ରାଜନୈତିକ ଗଣିତରେ ବିଜେପି ଭୋଟରଙ୍କୁ ସମୀକରଣ ସନ୍ଦେଶ
ଚିରାଗଙ୍କ ରାଜନୈତିକ ଗଣିତରେ ବିଜେପି ଭୋଟରଙ୍କୁ ସମୀକରଣ ସନ୍ଦେଶ

By

Published : Oct 25, 2020, 4:31 PM IST

ପାଟନା: ବିହାର ବିଧାନସଭା ନିର୍ବାଚନକୁ ବାକି ରହିଛି ଆଉ ଅଳ୍ପଦିନ । ତେବେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିହାରର ବିଜେପି ମତଦାତାଙ୍କୁ ନିର୍ବଚନୀ ଗଣିତର ସମୀକରଣ ଶିଖାଇଛନ୍ତି ଏଲଜେପି ମୁଖ୍ୟ ଚିରାଗ ପାସୱାନ । ଜେଡିୟୁ ଅଧ୍ୟକ୍ଷ ନିତିଶ କୁମାରଙ୍କୁ ପସନ୍ଦ ନକରୁଥିବା ବିଜେପି ମତଦାତାଙ୍କୁ ଏଲଜେପିକୁ ଭୋଟ ଦେବାକୁ ଅପିଲ କରିଛନ୍ତି ଚିରାଗ ।

ବାପା ରାମବିଳାସ ପାସୱାନଙ୍ର ବିୟୋଗ ପରେ ବିହାରରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିସାରିଛନ୍ତି ଚିରାଗ । ଗତ 4 ଦିନରୁ ସେ ବିହାରର ଭିଭିନ୍ନ ଅଞ୍ଚଳ ଗସ୍ତ କରି ଜନସଭା କରିବା ସହ ଜନସାଧାରଣଙ୍କୁ ଆକୃଷ୍ଠ କରିବାକୁ ପ୍ରୟାସ ଜାରି ରଖିଛନ୍ତି ସେ । ଏହି ମଧ୍ୟରେ ପୂନର୍ବାର ବିଜେପି ପ୍ରତି ଚିରାଗଙ୍କ ପ୍ରେମଭାବ ଦେଖିବାକୁ ମିଳିଛି । ଚିରାଗ ନିଜ ଦଳର ସମର୍ଥକଙ୍କୁ ସଫାସଫା କହିଛନ୍ତି ଯେ ଯେଉଁ ବିଧାନସଭା ଆସନରେ ଲୋଜପା ପ୍ରାର୍ଥୀ ଅଛନ୍ତି, ସେଠାରେ ସେମାନଙ୍କ ଭୋଟ ଦିଅନ୍ତୁ ଏବଂ ଯେଉଁଠି ନାହାନ୍ତି, ସେଠାରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଛନ୍ତି ସେ ।

ବିଜୟା ଦଶମୀ ଅବସରରେ ଚିରାଗ ଏକ ଟ୍ବିଟ କରି ମତଦାନ ସମୟରେ ରାଜନୈତିକ ଗଣିତର ସମୀକରଣ ବୁଝାଇଛନ୍ତି । ଏହି ଟ୍ବିଟରେ ଚିରାଗ ବିହାରର ଜନସାଧାରଣଙ୍କୁ ଅପିଲ କରି ଲେଖିଚନ୍ତି, ଯେଉଁ ଆସନଗୁଡିକରେ ଲୋକ ଜନଶକ୍ତି ପର୍ଟିର ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି, ସେଠାରେ ବିହାର ଫାଷ୍ଟ ବିହାରୀ ଫାଷ୍ଟ ଲାଗୁ କରିବା ପାଇଁ ଲୋଜପା ପାର୍ଥୀଙ୍କୁ ଭୋଟ ଦିଅନ୍ତୁ ଏବଂ ଅନ୍ୟ ଆସନଗୁଡିକରେ ଭାରତୀୟ ଜନତାପାର୍ଟିର ସାଥୀଙ୍କୁ ସମର୍ଥନ କରନ୍ତୁ ।

ଚିରାଗଙ୍କ ରାଜନୈତିକ ଗଣିତରେ ବିଜେପି ଭୋଟରଙ୍କୁ ସମୀକରଣ ସନ୍ଦେଶ

ଚିରାଗ ତିନିଶ କୁମାରଙ୍କୁ ଟାର୍ଗେଟ ତରି ଲେଖିଛନ୍ତି, ଆଗାମୀ ଦିନରେ ବିହାରରେ ନିତିଶ ମୁକ୍ତ ସରକାର ଗଠନ ହେବ । ଏହାର ଏଥିରେ ଚିରାଗ ଅସମ୍ଭବ ନିତିଶ ବୋଲି ମଧ୍ୟ ଲେଖିଛନ୍ତି ।

ABOUT THE AUTHOR

...view details