ଓଡିଶା

odisha

ETV Bharat / bharat

ସ୍ବେଚ୍ଛାକୃତ ଅବସର ନେଲେ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ - ଗୁପ୍ତେଶ୍ବର ପାଣ୍ଡେ

ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ନିଜ ସେବାରୁ ସ୍ବେଚ୍ଛାକୃତ ଅବସର ନେବାକୁ ଚାହୁଁଛନ୍ତି । ରାଜ୍ୟପାଳ ଫାଗୁ ଚୌହାନ ତାଙ୍କ ଇସ୍ତଫା ଗ୍ରହଣ କରିଥିବା ଜଣାଯାଇଛି । ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ସାମ୍ନାକୁ ଆସିଛି।

ସ୍ବେଚ୍ଛାକୃତ ଅବସର ନେଲେ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ
ସ୍ବେଚ୍ଛାକୃତ ଅବସର ନେଲେ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ

By

Published : Sep 23, 2020, 8:10 AM IST

Updated : Sep 23, 2020, 3:48 PM IST

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିଜକୁ ସାମିଲ ରଖି ଚର୍ଚ୍ଚାରେ ଥିଲେ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ । ସୁଶାନ୍ତଙ୍କୁ ନ୍ୟାୟ ନିଶ୍ଚିତ ମିଳିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିବା ସହ ମୁମ୍ବାଇ ପୋଲିସ ଉପରେ ଖୁବ୍ ବର୍ଷିଥିଲେ।

ବର୍ତ୍ତମାନ ବିହାରର ଏହି ବରିଷ୍ଠ ପୋଲିସ ଅଧିକାରୀ ଜଣକ ଡିଜିପି ସେବାରୁ ସ୍ବେଚ୍ଛାକୃତ ଅବସର ନେବାକୁ ଚାହୁଁଛନ୍ତି। ଏବଂ ରାଜ୍ୟପାଳ ଫାଗୁ ଚୌହାନ ତାଙ୍କ ଇସ୍ତଫା ଗ୍ରହଣ କରିଥିବା ଜଣାଯାଇଛି । ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ସାମନା ଆସିଛି।

ବିହାର କ୍ୟାଡରର 1987 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଗୁପ୍ତେଶ୍ୱର ପାଣ୍ଡେ ନିକଟରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଇନଭେଷ୍ଟିଗେସନ୍ ଶିରୋନାମା ପାଲଟିଥିଲେ ।

ଉଲ୍ଲେଖଯୋଗ୍ୟ, 2009ରେ ପାଣ୍ଡେ ମଧ୍ୟ ସ୍ବେଚ୍ଛାକୃତ ଅବସର ପାଇଁ ଅନୁରୋଧ କରିଥିଲେ କାରଣ ସେ ରାଜନୀତିରେ ଏଣ୍ଟ୍ରି ମାରିବା ସହ ବିଜେପି ଟିକେଟ ପାଇବାକୁ ଆଶା କରୁଥିଲେ। ତଥାପି, ସେ ଟିକେଟ୍ ପାଇବାରେ ସଫଳ ହୋଇନଥିଲେ ଏବଂ ଭିଆରଏସ ନେବାର ନଅ ମାସ ପରେ ପାଣ୍ଡେ ବିହାର ସରକାରଙ୍କୁ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ।

ତାଙ୍କ ଅନୁରୋଧ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଗ୍ରହଣ କରିଥିଲେ ଏବଂ ବରିଷ୍ଠ ପୋଲିସ ଅଧିକାରୀ ଜଣକ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଥିଲେ। 2019 ଲୋକସଭା ନିର୍ବାଚନ ପୂର୍ବରୁ ସେ ବିହାର ପୋଲିସର ଡିଜିପି ହୋଇଥିଲେ।

Last Updated : Sep 23, 2020, 3:48 PM IST

ABOUT THE AUTHOR

...view details