ଓଡିଶା

odisha

ETV Bharat / bharat

ସଂରକ୍ଷଣ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ, କଂଗ୍ରେସର ପୋଷ୍ଟର ଜାରି - ସଂରକ୍ଷଣକୁ ନେଇ ବିଜେପିକୁ ଟାର୍ଗେଟ

ସଂରକ୍ଷଣ ପ୍ରସଙ୍ଗରେ ବିହାର ବିଧାନସଭା ନିର୍ବାଚନରେ ବିଜେପିକୁ ବ୍ୟାକଫୁଟରେ ରଖିବା ଉଦ୍ଦେଶ୍ୟରେ କଂଗ୍ରେସ ଏକ ପୋଷ୍ଟର ଜାରି କରିଛି । ଏହି ପୋଷ୍ଟରରେ ରାହୁଲ ଗାନ୍ଧୀଙ୍କ ଫଟୋ ସହ ଆରକ୍ଷଣ ଶେଷ ହେବାକୁ ଦେବୁନାହିଁ ବୋଲି ଲେଖାଯାଇଛି।

poster
ପୋଷ୍ଟର

By

Published : Feb 20, 2020, 11:33 AM IST

ପାଟନା: ଆଉ 7 ମାସ ପରେ ହେବ ବିହାର ବିଧାନସଭା ନିର୍ବାଚନ । ଏନେଇ ଏବେଠାରୁ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିହାରରେ ସଂରକ୍ଷଣ ପ୍ରସଙ୍ଗ ସର୍ବଦା ଗୁରୁତ୍ବପୂର୍ଣ୍ଣ ରହି ଆସୁଥିବା ବେଳେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ପୁଣିଥରେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ ଥର ସଂରକ୍ଷଣକୁ ପ୍ରସଙ୍ଗ କରି ବିହାର ନିର୍ବାଚନ ଲଢିବ ବୋଲି ସ୍ପଷ୍ଟ କରିଦେଇଛି କଂଗ୍ରେସ ।

ସଂରକ୍ଷଣ ପ୍ରସଙ୍ଗରେ ନିର୍ବାଚନରେ ବିଜେପିକୁ ବ୍ୟାକଫୁଟରେ ରଖିବା ଉଦ୍ଦେଶ୍ୟରେ କଂଗ୍ରେସ ଏକ ପୋଷ୍ଟର ମଧ୍ୟ ଜାରି କରିଛି । ଏହି ପୋଷ୍ଟରରେ ରାହୁଲ ଗାନ୍ଧୀଙ୍କ ଫଟୋ ସହ ଆରକ୍ଷଣ ଶେଷ ହେବାକୁ ଦେବୁନାହିଁ ବୋଲି ଲେଖାଯାଇଛି। ଏହା ସହିତ ବିଜେପିକୁ ଟାର୍ଗେଟ କରି ଏଥିରେ ଲେଖାଯାଇଛି, ବିଜେପିର ଡିଏନଏରେ ମିଛ, ଧୋକା ଏବଂ ଷଡଯନ୍ତ୍ର ରହିଛି ।

ସୂଚନାଯୋଗ୍ୟ ଯେ, ପଦୋନ୍ନତି କିମ୍ବା ଚାକିରି କ୍ଷେତ୍ରରେ ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ । ରାଜ୍ୟ ସରକାର ଏହାକୁ ଲାଗୁ କରିବାକୁ ବାଧ୍ୟ ନୁହନ୍ତି ବୋଲି ଗତ ସପ୍ତାହରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରି କହିଥିଲେ । ହେଲେ ଏହି ରାୟକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ମୋଦିଙ୍କୁ ସଂରକ୍ଷଣ ବିରୋଧୀ ସରକାର ବୋଲି କହିବା ସହ ସୁପ୍ରିମକୋର୍ଟର ରାୟ ଉପରେ ପୁର୍ନବିଚାର କରିବା ପାଇଁ ଆହ୍ବାନ ଦେଇଥିଲେ ସେ ।

@ANI

ABOUT THE AUTHOR

...view details