ଓଡିଶା

odisha

ETV Bharat / bharat

ଦିଲ୍ଲୀ ନିର୍ବାଚନ: ଜମିବ ପ୍ରଚାର ମୈଦାନ, ଏକାଠି ହେବେ ଶାହ-ନୀତିଶ

ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ପ୍ରଚାର ମୈଦାନରେ ଓହ୍ଲାଇବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବୁରାଡି ବିଧାନସଭା ଆସନ ପାଇଁ ସେ ଅମିତ ଶାହଙ୍କ ସହ ମିଶି ପ୍ରଚାର କରିବେ । ଅଧିକ ପଢନ୍ତୁ...

delhi assembly election
ଫାଇଲ ଫଟୋ

By

Published : Feb 2, 2020, 2:28 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ମୈଦାନ ସରଗରମ ଅଛି । ଲୋକଙ୍କ ନିକଟତର ହେବାକୁ ଆପ୍ରଣ ଉଦ୍ୟମ କରୁଛନ୍ତି ବିଭିନ୍ନ ଦଳର ନେତା। ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ବଡ ବଡ ନେତାଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ପ୍ରାର୍ଥୀ । ଏହି କ୍ରମରେ ରବିବାର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଇବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ ପ୍ରଥମ ଥର ପାଇଁ ଅମିତ ଶାହଙ୍କ ସହ କୌଣସି ମଞ୍ଚରେ ଏକାଠି ରହିବେ।

ଦିଲ୍ଲୀରେ ପୂର୍ବାଞ୍ଚଳର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ଦିଲ୍ଲୀରେ ତାର ସହଯୋଗୀ ଜେଡିୟୁକୁ 2ଟି ସିଟ ଦେଇଛି । ସଂଗମ ବିହାର ଏବଂ ବୁରାଡିରେ ଜେଡିୟୁର ମଜବୁତ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ଏହି ଦୁଇଟି ବିଧାନସଭା ଆସନ ପାଇଁ ରବିବାର ପ୍ରଚାର କରିବେ ନୀତିଶ କୁମାର । ବୁରାଡିରେ ସେ ଅମିତ ଶାହଙ୍କ ସହ ଏବଂ ସଂଗମ ବିହାରରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମିଶି ପ୍ରଚାର କରିବେ ।

ତେବେ ଦିଲ୍ଲୀ ନିର୍ବାଚନରେ ବାଜିମାତ କରିବାକୁ ଚଳିତ ଥର ବିଜେପି ଜେଡିୟୁର ହାତ ଧରିଛି ତ କଂଗ୍ରେସ ଆରଜେଡି ସହାୟତାରେ ପୂର୍ବାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଛି । କଂଗ୍ରେସ ଦିଲ୍ଲୀ ବିଧାନସଭା ପାଇଁ ଆରଜେଡି ସହ ମେଣ୍ଟ କରି ତାକୁ 4ଟି ବିଧାନସଭା ଆସନ ଦେଇଛି । ଆରଜେଡି ବୁରାଡି, କିରାଡି, ଉତ୍ତମ ନଗର ଏବଂ ପାଲମ ବିଧାନସଭା ଆସନରୁ ନିର୍ବାଚନ ଲଢୁଛି । ଦିଲ୍ଲୀ ନିର୍ବାଚନରେ ପ୍ରଥମ ଥର ପାଇଁ ଆଞ୍ଚଳିକ ଦଳଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଛି।

ABOUT THE AUTHOR

...view details