ପାଟନା: କାର୍ତ୍ତିକ ପୂର୍ଣ୍ଣିମାରେ ବଡ ଅଘଟଣ । ବିହାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଙ୍ଗା ସ୍ନାନ କରିବାକୁ ଯାଇ 14ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଯାଏଁ ଏନଡିଆରଏଫ ଦଳ 4ଜଣଙ୍କ ମୃତଦେହ ଉଦ୍ଧାର କରିଛି ।
ସୂଚନାନୁସାରେ, ନାଳନ୍ଦାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗଙ୍ଗା ସ୍ନାନ କରିବାକୁ ଯାଇ 3ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଓ ଏନଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଗଙ୍ଗାସ୍ନାନ ବେଳେ ଚାଲିଗଲା ଜୀବନ ସେହିପରି ନଓ୍ବାଦାର କୌଆକୋଲ ଥାନର ଅନ୍ତର୍ଗତ ସୋଖୋଦେବାରସ୍ଥିତ ସୂର୍ଯ୍ୟ ମନ୍ଦିରର ପୋଖରୀରେ ବୁଡ ପକାଇବାକୁ ଯାଇ 2ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ତେବେ ସେମାନଙ୍କୁ ବଞ୍ଚାଇବାକୁ ଯାଇ ସ୍ପୋଟିଙ୍ଗ କ୍ଲବର ଅଧ୍ୟକ୍ଷଙ୍କର ବି ପୋଖରୀରେ ବୁଡି ମୃତ୍ୟୁ ହୋଇଛି ।
ରାଜ୍ୟର ସୀତାମରୀ ଜିଲ୍ଲାର ସୁପ୍ପି ଥାନା ଅନ୍ତର୍ଗତ ବାଗମତୀ ନଦୀର ଢେଙ୍ଗ ଘାଟରେ ସ୍ନାନ କରିବାକୁ ଯାଇ 4ଜଣ ନଦୀରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ 2ଜଣ ଏଯାଏଁ ନିଖୋଜ ରହିଛନ୍ତି । ସେହିପରି ଆଉ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।
ଆହୁରି ମଧ୍ୟ ବଖତିୟାରପୁରର ଘୋସଓ୍ବାରୀ ଗଙ୍ଗାଘାଟରେ ସ୍ନାନ କରିବାକୁ ଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।
ଅନ୍ୟପଟେ ମୁଜଫରପୁରର ସଙ୍ଗମ ଘାଟରେ ସ୍ନାନ କରୁଥିବାବେଳେ ଗୋଟିଏ ପରିବାରର 5ଜଣ ଶିଶୁ ବୁଡି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ 3ଜଣଙ୍କୁ ଉଦ୍ଧାର କରାଯାଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ 2ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏପଟେ ଦାଦରଘାଟରେ ବୁଡ ପକାଉଥିବାବେଳେ 21ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି ।
ସେହିପରି ମୋତିହାରୀର ଡୁମରିୟାଘାଟ ଥାନା ଅନ୍ତର୍ଗତ ଗଣ୍ଡକ ନଦୀରେ ଗଙ୍ଗାସ୍ନାନ କଲାବେଳେ ଜଣେ ଯୁବକ ଓ ପାଟନାର ଧନଋଆରେ ଗାଧୋଇବାବେଳେ 2 ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।