ଓଡିଶା

odisha

ETV Bharat / bharat

ଆଜି 3ୟ ପର୍ଯ୍ୟାୟ ଭୋଟିଂ, ହେଭିଓ୍ବେଟଙ୍କ ବିଗ-ଫାଇଟ

ଆଉ କିଛି ସମୟ ପରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ମତଦାନ। ଭୋଟ ଦେବେ 14ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ଭୋଟର।

By

Published : Apr 23, 2019, 5:30 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ମତଦାନ। ଭୋଟ ଦେବେ 14ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ଭୋଟର। ଚଳିତ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟିଂ 115ଟି ଆସନରେ ଅନୁଷ୍ଠିତ ହେବ । ଆସାମ, ବିହାର, ଛତିଶଗଡ, ଦାଦ୍ରା ଏବଂ ନଗର ହାଭେଳି, ଦାମନ ଏବଂ ଡିଉ, ଗୋଆ, ଗୁଜୁରାଟ, ଜମ୍ମୁ କାଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡିଶା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗରରେ ହେବ ଭୋଟ ଗ୍ରହଣ। ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗୁଜୁରାଟର ( 26), କେରଳର (20), ଗୋଆ (2)ର ସମସ୍ତ ଲୋକସଭା ଆସନରେ ମତଦାତା ମତାଧିକାର ସାବ୍ୟସ୍ତ କରିବେ।


ପ୍ରକାଶ ଯେ, ଆସାମର 4ଟି, ବିହାରର 5ଟି, ଛତିଶଗଡର 7ଟି, ଦାଦ୍ରା ଏବଂ ନଗର ହାଭେଳି 1ଟି, ଦାମନ ଏବଂ ଡିଉ 1ଟି, ଗୋଆର 2ଟି, ଗୁରୁଜାଟର 26ଟି, ଜମ୍ମୁ ଏବଂ କାଶ୍ମୀରର 1ଟି, କର୍ଣ୍ଣାଟକର 14ଟି, କେରଳର 20ଟି, ମହାରାଷ୍ଟ୍ରର 14ଟି, ଓଡିଶାର 6ଟି, ଉତ୍ତର ପ୍ରଦେଶର 10ଟି ଏବଂ ପଶ୍ଟିମ ବଙ୍ଗର 5ଟି ଲୋକସଭା ଆସନରେ ତୃତୀୟ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ।

ତେବେ ତୃତୀୟ ପର୍ଯ୍ୟାୟରେ ବିଭିନ୍ନ ରାଜନୈତିକ ଦଳର ଏକାଧିକ ହେଭିଓ୍ବେଟଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ, କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ, ବିଜେପି ପ୍ରବକ୍ତା ସମ୍ବିତ ପାତ୍ର, କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁରଙ୍କ ପରି ରଥୀ ମହାରଥୀ ତୃତୀୟ ପର୍ଯ୍ୟାୟରେ ଦେବେ ଅଗ୍ନୀ ପରୀକ୍ଷା ।

ଗୁଜୁରାଟରେ 4 କୋଟିରୁ ଊର୍ଦ୍ଧ୍ବ ଭୋଟର 26ଟି ଲୋକସଭା ଆସନରେ 371 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହା ସହିତ ରାଜ୍ୟର 45ଟି ବିଧାନସଭା ଆସନରେ ମଧ୍ୟ ଉପ-ନିର୍ବାଚନ ଏକକାଳୀନ ଅନୁଷ୍ଠିତ ହେବ। ଉତ୍ତର ପ୍ରଦଶରେ ମଧ୍ୟ 3ୟ ପର୍ଯ୍ୟାୟ ନିର୍ବାଚନକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟର ସବୁ ସୀମାକୁ ସିଲ କରାଯିବା ସହିତ ପୋଲିସ ପ୍ରଶାସନ ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ଚାରିଆଡେ ତନାଘନା ଜାରି ରଖିଛି । ଏହି ପର୍ଯ୍ୟାୟରେ ଉତ୍ତର ପ୍ରଦେଶର 10ଟି ଲୋକସଭା ଆସନରେ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି 14 ମହିଳା ପ୍ରାର୍ଥୀଙ୍କ ସମେତ 120 ଜଣ ପ୍ରାର୍ଥୀ । ଏକ କୋଟି 76 ଲକ୍ଷ ଭୋଟର 10ଟି ଲୋକସଭା ଆସନରେ ଭୋଟ ଦେବେ ।

ସେହିପରି ଛତିଶଗଡର 7ଟି ଲୋକସଭା ଆସନରେ ହେଉଥିବା ନିର୍ବାଚନରେ 123 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । କେରଳରେ 20 ଲୋକସଭା ଆସନରେ 227 ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ।

ABOUT THE AUTHOR

...view details