ଓଡିଶା

odisha

ETV Bharat / bharat

ଦେଶରେ ପ୍ରଥମ, ମୃତ କୋରୋନା ରୋଗୀର ହେଲା ପୋଷ୍ଟମର୍ଟମ - Postmortem of corona patient's body for the first time in the country

ଦେଶରେ ପ୍ରଥମ ଥର ପାଇଁ କୋରୋନା ସଂକ୍ରମିତ ରୋଗୀର ମୃତ ଦେହର କରାଯାଇଛି ପୋଷ୍ଟମର୍ଟମ। ଏହି ପୋଷ୍ଟମର୍ଟମର ମୂଳ ଉଦ୍ଦେଶ୍ୟ ଥିଲା କୋରୋନା ରୋଗୀଙ୍କ ଉପରେ ଗବେଷଣା କରିବା । ଯାହା ଦ୍ବାରା ଏହା ଜଣା ପଡିପାରେ ଯେ ଏହା ଶରୀରରେ କେତେ ଦିନ ରହିଥାଏ ଏବଂ କେଉଁ ଅଙ୍ଗ ଉପରେ ଏହା କେତେ ପରିମାଣର ପ୍ରଭାବ ପକାଇଥାଏ । ଅଧିକ ପଢନ୍ତୁ...

ଦେଶରେ ପ୍ରଥମ, ମୃତ କୋରୋନା ରୋଗୀର ହେଲା ପୋଷ୍ଟମର୍ଟମ
ଦେଶରେ ପ୍ରଥମ, ମୃତ କୋରୋନା ରୋଗୀର ହେଲା ପୋଷ୍ଟମର୍ଟମ

By

Published : Aug 18, 2020, 3:14 PM IST

ଭୋପାଳ: ଦେଶରେ ପ୍ରଥମ ଥର ପାଇଁ କୋରୋନା ସଂକ୍ରମିତ ରୋଗୀର ମୃତଦେହର ହୋଇଛି ବ୍ୟବଚ୍ଛେଦ। ଏହି ପୋଷ୍ଟମର୍ଟମର ମୂଳ ଉଦ୍ଦେଶ୍ୟ ଥିଲା କୋରୋନା ରୋଗୀଙ୍କ ଉପରେ ଗବେଷଣା କରିବା । ଯାହା ଦ୍ବାରା ଏହା ଜଣା ପଡିପାରେ ଯେ ଏହା ଶରୀରରେ କେତେ ଦିନ ରହିଥାଏ ଏବଂ କେଉଁ ଅଙ୍ଗ ଉପରେ ଏହା କେତେ ପରିମାଣର ପ୍ରଭାବ ପକାଇଥାଏ । ତଥାପି ବ୍ୟବଚ୍ଛେଦ ପାଇଁ ଅନୁମତି ପାଇବା ଏତେ ସହଜ ନଥିଲା । ଏଥିପାଇଁ ଭୋପାଳ ଭିତ୍ତିକ AIIMS (ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ) କୁ ଆଇସିଏମଆର (ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ) ରୁ ଅନୁମୋଦନ ନେବାକୁ ପଡିଲା। ଯାହା ପରେ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ରବିବାର ଦିନ ବ୍ୟବଚ୍ଛେଦ ହୋଇପାରିଥିଲା ।

ରବିବାର ଦିନ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଏହି ସମୟ ମଧ୍ୟରେ, ଡାକ୍ତରୀଟିମ ପିପିଇ କିଟ୍ ସମେତ ସମସ୍ତ ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁସରଣ କରିଥିଲେ। ଅନୁସନ୍ଧାନ ପାଇଁ କୋରୋନା ସଂକ୍ରମିତ ଶରୀରର ବ୍ୟବଚ୍ଛେଦ ଦେଶର ପ୍ରଥମ ଘଟଣା ବୋଲି AIIMS ଭୋପାଳ ଦାବି କରିଛନ୍ତି। ତେବେ ଆଉ କିଛି ମୃତଦେହ ଉପରେ ଅନୁସନ୍ଧାନ କରାଯିବ, ଯାହା ପରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ।

ପୋଷ୍ଟମର୍ଟମ ଶରୀରର ଅଙ୍ଗ ଉପରେ କୋରୋନା ଭୂତାଣୁର ପ୍ରଭାବ ବିଷୟରେ ସୂଚନା ଦେବ। ସଂକ୍ରମିତ ହେବା ପରେ, ଏହି ଭୂତାଣୁ ହୃଦୟ, ଫୁସଫୁସ, ମସ୍ତିଷ୍କ କିମ୍ବା ଅନ୍ୟାନ୍ୟ ଅଙ୍ଗକୁ କିପରି ଏବଂ କେତେ ପ୍ରଭାବିତ କରେ ତାହା ମଧ୍ୟ ଜଣା ପଡ଼ିବ ବୋଲି ଭୋପାଳ AIIMSର ନିର୍ଦ୍ଦେଶକ ଡ. ସରମନ ସିଂ କହିଛନ୍ତି । ତେବେ ଏହି ବ୍ୟବଚ୍ଛେଦ ଦୀର୍ଘ 3 ଘଣ୍ଟା ଧରି ହୋଇଥିଲା ।

ABOUT THE AUTHOR

...view details