ଭୋପାଳ: ଗୁରୁବାର ମଧ୍ୟପ୍ରଦେଶ ସରକାରଙ୍କ ଦଖଲରେ ଥିବା ଭାରତୀୟ ବିମାନବନ୍ଦର ପ୍ରାଧିକରଣର 106.76 ଏକର ଜମି ହସ୍ତାନ୍ତର କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତି ନିଆଯାଇଛି । ଭୋପାଳର ଗାନ୍ଧୀନଗରସ୍ଥିତ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର 106.76 ଏକର ଜମି ଯାହା ବର୍ତ୍ତମାନ ମଧ୍ୟପ୍ରଦେଶ ସରକାରଙ୍କ ଦଖଲରେ ରହିଛି ତାହାକୁ ହସ୍ତାନ୍ତର କରିବା ଲାଗି ଏଏଆଇର ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଏହି ଜମି ମଧ୍ୟପ୍ରଦେଶ ସରକାରଙ୍କ ଦ୍ଵାରା ପୂର୍ବରୁ ପ୍ରଦାନ କରାଯାଇଥିବା 96.56 ଏକର ଜମି ବଦଳରେ ହସ୍ତାନ୍ତର କରାଯିବ । ମଧ୍ୟପ୍ରଦେଶ ସରକାରଙ୍କ ଦ୍ଵାରା ଅବଶିଷ୍ଟ ପାଖାପାଖି 10.20 ଏକର ଜମି ଏଏଆଇକୁ ହସ୍ତାନ୍ତର କରାଯିବ ।