ଓଡିଶା

odisha

By

Published : Apr 30, 2020, 2:16 PM IST

ETV Bharat / bharat

ମଧ୍ୟପ୍ରଦେଶରେ ଆଜିଠୁ ସରକାରୀ ଅଫିସ ଖୋଲା

ଗୁରୁବାର ଠାରୁ ମଧ୍ୟପ୍ରଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲାଯାଉଛି । ମାତ୍ର ବର୍ତ୍ତମାନ ସୀମିତ କର୍ମଚାରୀଙ୍କୁ ଅଫିସରେ ଯୋଗ ଦେବାକୁ କୁହାଯାଇଛି ।

govt office open
ମଧ୍ୟପ୍ରଦେଶରେ ଆଜିଠାରୁ ଖୋଲା ହେଲା ସରକାରୀ ଅଫିସ୍

ଭୋପାଳ: ଆଜିଠାରୁ ମଧ୍ୟପ୍ରଦେଶରେ ସରକାରୀ କାର୍ଯ୍ୟାଳୟ ଖୋଲାଯାଉଛି। ଗୁରୁବାର ଠାରୁ ମଧ୍ୟପ୍ରଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲାଯାଉଛି । ମାତ୍ର ବର୍ତ୍ତମାନ ସୀମିତ କର୍ମଚାରୀଙ୍କୁ ଅଫିସରେ ଯୋଗ ଦେବାକୁ କୁହାଯାଇଛି । ଏଥିସହ ସେମାନେ ସାମାଜିକ ଦୂରତା ବଜାୟ ରକଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପୂର୍ବରୁ ଭୋପାଳରେ ମନ୍ତ୍ରଣାଳୟ ସମେତ ଅନ୍ୟାନ୍ୟ ସରକାରୀ ଗୃହକୁ ସାନିଟାଇଜ କରାଯାଉଛି।

ଏପଟେ ମଧ୍ୟପ୍ରଦେଶ ସରକାର ରାଜ୍ୟ ସ୍ତରୀୟ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ମୋଟ କର୍ମଚାରୀଙ୍କ ମଧ୍ୟରୁ 30% କରମଚାରୀଙ୍କୁ ଏହି କାର୍ଯ୍ୟାଳୟରେ ଡକାଯିବ । ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।

ଏପ୍ରିଲ 30ରୁ ରାଜ୍ୟ ମନ୍ତ୍ରଣାଳୟ ବଲଭ ଭବନ, ସତପୁଡା ଏବଂ ବିଦ୍ୟାଞ୍ଚଳ ଭବନ ଖୋଲାଯାଉଛି। ତେବେ ଏହି ସମସ୍ତ କାର୍ଯ୍ୟାଳୟରେ କେବଳ 30% କର୍ମଚାରୀଙ୍କୁ ଡକାଯିବ । ଏଥିସହ ସମସ୍ତ କର୍ମଚାରୀ ସାମାଜିକ ଦୂରତା ବଜାୟ ରଖି ବସିବେ । ସାମାଜିକ ଦୂରତାରେ ବସିବେ । ଏହିପରି ଭାବରେ ରାଜ୍ୟରେ ଧୀରେ ଧୀରେ ଅର୍ଥନୈତିକ ଏବଂ ସରକାରୀ କାର୍ଯ୍ୟ ଆରମ୍ଭ ହେବ ବୋଲି ଶିବରାଜ ସିଂ ଚୌହାନ କହିଛନ୍ତି ।

ତେବେ ପୁନଃ ଅଫିସ୍ ଆରମ୍ଭ କରିବା ପୂର୍ବରୁ କର୍ମଚାରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀମାନେ ଅଫିସରେ ପ୍ରବେଶ କରିବା ପୂର୍ବରୁ ସାମାଜିକ ଦୂରତା ବଜାୟ ରଖିବା ସହ ନିଜକୁ ପରିଷ୍କାର ରଖିବାକୁ ପଡିବ ।

ABOUT THE AUTHOR

...view details