ଓଡିଶା

odisha

By

Published : May 21, 2020, 5:32 PM IST

ETV Bharat / bharat

ହଜିଗଲା ମାନବିକତା, ଅକଥନୀୟ ମାଡ ପରେ ଚେନରେ ଟାଙ୍ଗି କୁକୁରକୁ ହତ୍ୟା

ଅକଥନୀୟ ମାଡ ପରେ ଚେନରେ ଟାଙ୍ଗି କୁକୁରକୁ ହତ୍ୟା । ଭୋପାଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅଧିକ ପଢନ୍ତୁ...

Bhopal: Dog beaten, hanged by 3 men; police hunt for killers
ପ୍ରତିକାତ୍ମକ ଫଟୋ

ଭୋପାଳ: ବର୍ତ୍ତମାନର ସ୍ଥିତିରେ ବି ମଣିଷପଣିଆ ଭୁଲିଛି ମଣିଷ । ନିକଟରେ ଭୁବନେଶ୍ବରରେ ଦେଖିବାକୁ ମିଳିଥିଲା ହୃଦୟ ବିଦାରକ ଦୃଶ୍ୟ । ଏକ ଗର୍ଭବତୀ କୁକୁରକୁ ଜଣେ ମହିଳା ପିଟିପିଟି ହତ୍ୟା କରିଥିଲେ । ଯାହାକୁ ନେଇ ଖୁବ ନିନ୍ଦା କରିଥିଲେ ପଶୁପ୍ରେମୀ । ବର୍ତ୍ତମାନ ତା ଠାରୁ ଆହୁରି ଅମାନୁଷିକ ଭାବେ ମଧ୍ୟପ୍ରଦେଶର ଭୋପାଳରେ ଏକ କୁକୁରକୁ ହତ୍ୟା କରାଯାଇଛି ।

ପ୍ରାୟ 3 ଜଣ ମିଶି ଏହି କୁକୁରକୁ ମାରିଥିବା ଜଣାପଡିଛି । ଭୋପାଳ ବାଲାଜୀ ନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଏହି କୁକୁର କାମୁ଼ଡିବା ପରେ ତାଙ୍କର ସଂପର୍କୀୟ କିଛି ନବୁଝି ପ୍ରଥମେ କୁକୁରକୁ ଅକଥନୀୟ ମାଡ ମାରିବା ପରେ ତା ବେକରେ ଲାଗିଥିବା ଚେନରେ ଟାଙ୍ଗି ହତ୍ୟା କରିଥିଲେ । ଏହି ସମସ୍ତ ଘଟଣା କୁକୁର ମାଲିକଙ୍କ ସାମନାରେ ହିଁ ଘଟିଥିଲେ କିନ୍ତୁ ସେ ଥିଲେ ଉପାୟ ଶୂନ୍ୟ। ନେହୁରା ହୋଇ କୁକୁରକୁ ଛାଡି ଦେବାକୁ କହିଥିଲେ ।

ସେ ପୋଷା କୁକୁର ତା ଶରୀରରେ ବିଷ ନାହିଁ ବୋଲି ସେ ଜଣାଇଥିଲେ । ଦୁଇ ପକ୍ଷ ମଧ୍ୟରେ ଖୁବ ଯୁକ୍ତି ମଧ୍ୟ ହୋଇଥିଲା । ହେଲେ କିଛି ଲାଭ ମିଳିନଥିଲା । ଅତି ନିର୍ମମ ଭାବେ ହତ୍ୟା କରିବା ପରେ କୁକୁର ମୃତଦେହ ତାଙ୍କ ସାଙ୍ଗରେ ନେଇ ଫେରାର ହୋଇଯାଇଛନ୍ତି 3 ଅଭିଯୁକ୍ତ ।

ABOUT THE AUTHOR

...view details