ଓଡିଶା

odisha

375 ସ୍ବେଚ୍ଛାସେବୀଙ୍କ ଠାରେ କୋଭିଡ ଟିକା ପରୀକ୍ଷଣ କଲା ଭାରତ ବାୟୋଟେକ

By

Published : Jul 18, 2020, 7:27 AM IST

ସମଗ୍ର ବିଶ୍ବରେ କୋରୋନାର ଭୟଙ୍କର ଆତଙ୍କ । ଏହାକୁ ମାତ୍‌ ଦେବାକୁ ଭାରତ ପ୍ରଥମ ସ୍ବଦେଶୀ ଟିକା ‘କୋଭାକ୍ସିନ’ର ଦେଶବ୍ୟାପୀ 375 ସ୍ବେଚ୍ଛାସେବୀଙ୍କ ଠାରେ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି । ’କୋଭାକ୍ସିନ’ ହାଇଦ୍ରାବାଦ ସ୍ଥିତି ଫାର୍ମା କମ୍ପାନୀ ଭାରତ ବାୟୋଟିକ ପକ୍ଷରୁ ବିକଶିତ କରାଯାଇଛି । ଅଧିକ ପଢନ୍ତୁ...

375 ସ୍ବେଚ୍ଛାସେବୀଙ୍କ ଠାରେ କୋଭିଡ ଟିକା ପରୀକ୍ଷଣ କଲା ଭାରତ ବାୟୋଟେକ
375 ସ୍ବେଚ୍ଛାସେବୀଙ୍କ ଠାରେ କୋଭିଡ ଟିକା ପରୀକ୍ଷଣ କଲା ଭାରତ ବାୟୋଟେକ

ହାଇଦ୍ରାବାଦ: ଦେଶବ୍ୟାପୀ 375 ସ୍ବେଚ୍ଛାସେବୀଙ୍କ ଠାରେ କ୍ଲିନିକାଲ ଟ୍ରାଏଲ କଲା ଭାରତ ବାୟୋଟେକ । ବାୟୋଟେକ ଦ୍ବାରା ପ୍ରସ୍ତୁତ କୋରୋନା ଟିକା ’କୋଭାକ୍ସିନ’କୁ ଏମାନଙ୍କ ଠାରେ ପରୀକ୍ଷଣ କରାଯାଇଛି । କୋଭାକ୍ସିନକୁ ଦୁଇଟି ଫେଜରେ ଟ୍ରାଏଲ କରିବାକୁ ଅନୁମତି ଦେଇଛି ଡିଜିସିଆଇ ।

375 ସ୍ବେଚ୍ଛାସେବୀଙ୍କ ଠାରେ କୋଭିଡ ଟିକା ପରୀକ୍ଷଣ କଲା ଭାରତ ବାୟୋଟେକ

ଦେଶର ପ୍ରଥମ ସ୍ବଦେଶୀ କୋଭିଡ-19 ଟିକା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜୁଲଇ 15 , 2020ରେ ଆରମ୍ଭ ହୋଇଥିଲା । 375 ସ୍ବେଚ୍ଛାସେବୀଙ୍କ ଠାରେ ରାଣ୍ଡୋମାଇଜ, ଡବଲ-ବ୍ଲାଇଣ୍ଡ, ପ୍ଲେସେବୋ -କଣ୍ଡ୍ରୋଲ କ୍ଲିନିକାଲ ଟ୍ରାଏଲ କରାଯାଇଛି ।

କ୍ଲିନିକନା ଟ୍ରାଏଲ ମୁତାବକ, ଡବଲ-ବ୍ଲାଇଣ୍ଡ ମାନେ ରୋଗୀ କିମ୍ବା ରିସର୍ଚ୍ଚର ଜାଣିପାରିବେ ନାହିଁ ଯେ, କାହାକୁ ପ୍ଲେସେବୋ ଦିଆଯାଉଛି ଏବଂ କାହାର ଚିକିତ୍ସା କରାଯାଇଛି ।

ଡ୍ରଗ୍ସ କଣ୍ଡ୍ରୋଲର ଅଫ ଜେନେରାଲ ଅଫ ଇଣ୍ଡିଆ(ଡିଜିସିଆଇ) ଦେଶର ପ୍ରସ୍ତୁତ 2ଟି କୋରୋନା ଟିକାକୁ ହ୍ୟୁମାନ ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଯେଉଁଥିରେ ଗୋଟିଏ ଭାରତ ବାୟୋଟେକ ଓ ଆଇସିଏମଆର ଦ୍ବାରା ବିକଶିତ ହୋଇଥିବା ’କୋଭାକ୍ସିନ’। ଅନ୍ୟଟି ଜିଡୁସ କାଡିଲା ହେଲଥ କେୟାର ଲିମିଟେଡ୍ ଦ୍ୱାରା ବିକଶିତ ଟିକାକୁ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ କରିବାକୁ ଅନୁମତି ଦେଇଛି ।

ଡିଜିସିଆଇକୁ ଦିଆଯାଇଥିବା ରିପୋର୍ଟରେ, ଏହି ଦୁଇଟି ଟିକା ସଫଳତାପୂର୍ବକ ମୂଷା, ଠେକୁଆଙ୍କ ଠାରେ ପରୀକ୍ଷା ହୋଇଛି । ଏହି ରିପୋର୍ଟ ଆଧାରରେ ଉଭୟେ କ୍ଲିୟରାନ୍ସ ପାଇଥିଲେ ବୋଲି ଆଇସିଏମଆର ନିର୍ଦ୍ଦେଶକ ଜେନେରାଲ ଡ. ବଳରାମ ଭାର୍ଗବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details