ନୂଆଦିଲ୍ଲୀ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ର ଅନୁମୋଦନ ପାଇବା ପରେ ଭାରତ ବାୟୋଟେକ୍ ଏହାର କୋଭିଡ୍ ଟିକା ‘କୋଭାକ୍ସିନ୍’ର ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ କୋଭିଡ ଟିକା କୋଭାକ୍ସିନର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି ।
‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ: ୨୬ ହଜାର ସ୍ବେଚ୍ଛାସେବୀ ହେବେ ସାମିଲ - 26,000 volunteers will be involve
ଭାରତ ବାୟୋଟେକ୍ ଏହାର କୋଭିଡ୍ ଟିକା ‘କୋଭାକ୍ସିନ୍’ର ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବର୍ତ୍ତମାନ ଦେଶବ୍ୟାପୀ ୨୫ଟି କେନ୍ଦ୍ରରେ ଏହି ଟିକାର ପରୀକ୍ଷଣ କରାଯିବ ଏବଂ ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟାରେ ମୋଟ ୨୬ ହଜାର ସ୍ବେଚ୍ଛାସେବୀ ସାମିଲ ହେବେ । ଅଧିକ ପଢନ୍ତୁ...
ବର୍ତ୍ତମାନ ଦେଶବ୍ୟାପୀ ୨୫ଟି କେନ୍ଦ୍ରରେ ଏହି ଟିକାର ପରୀକ୍ଷଣ କରାଯିବ ଏବଂ ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟାରେ ମୋଟ ୨୬ ହଜାର ସ୍ବେଚ୍ଛାସେବୀ ସାମିଲ ହେବେ । ତେବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଅନୁମତି ମିଳିବା ସହ ଏଥିରେ କିଛି ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି।
ଭାରତ ବାୟୋଟେକ୍ ସହ ଆଇସିଏମ୍ଆର ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଦ୍ବାରା ଆରମ୍ଭ ହୋଇଥିବା ଏହି କୋଭାକ୍ସିନ୍ ଦେଶର ପ୍ରଥମ ସ୍ବଦେଶୀ ଟିକା । ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଶୁକ୍ରବାର ଦିନ କହିଛନ୍ତି ଯେ, ଆସନ୍ତା ତିନିମାସ ଦେଶରେ କୋଭିଡ -19 ମହାମାରୀର ସ୍ଥିତି ନିର୍ଦ୍ଧାରିତ କରିବାରେ ନିର୍ଣ୍ଣାୟକ ପ୍ରମାଣ କରିବାକୁ ଯାଉଛି । ଆଗାମୀ ପର୍ବ ତଥା ଶୀତ ଋତୁରେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।