ହାଇଦ୍ରାବାଦ: କୋଭାକ୍ସିନ ଟିକାକୁ ଜରୁରୀ ବ୍ୟବହାର ଅନୁମତି ପରେ ଉତ୍ପାଦନ ପାଇଁ ମିଳିଲା ମଞ୍ଜୁରୀ । ଟିକାର ବିକ୍ରି ଓ ବିତରଣ ପାଇଁ ଭାରତ ବାୟୋଟେକକୁ ସେଣ୍ଟ୍ରୋଲ ଲାଇସେନ୍ସ କର୍ତ୍ତୃପକ୍ଷ ଅନୁମୋଦନ ଦେଇଛି । ରବିବାର ଡିସିଜିଆ ପକ୍ଷରୁ ହାଇଦ୍ରାବାଦ ସ୍ଥିତି ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋରୋନା ଟିକା କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ ଗ୍ରୀନ ସିଗନାଲ ଦେଇଥିଲେ । ଏହା ସହ ସିରମ ଇନଷ୍ଟିଚ୍ୟୁଟର କୋଭାଶିଲ୍ଡକୁ ମଧ୍ୟ ଅନୁମୋଦନ ଦେଇଥିଲେ । କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ ବିଶେଷଜ୍ଞ ଟିମ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରେଲ ସଂସ୍ଥାକୁ ସୁପାରିଶ କରିଥିଲେ ।
ଭାରତୀୟ ବାୟୋଟେକ ପ୍ରସ୍ତୁତ କୋରୋନା ଟିକା ହେଉଛି ପ୍ରଥମ ସ୍ବଦେଶୀ ଟିକା । ଭାରତୀୟ ବାୟୋଟିକ ସହିତ ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦ(ଆଇସିଏମଆ) ଓ ଜାତୀୟ ଭେଷଜ ସଂସ୍ଥା ସହ ମିଶି ପ୍ରସ୍ତୁତ କରୁଛନ୍ତି ।