ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଠିକ ପୂର୍ବରୁ କିଛି ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଦଳିତ ସଙ୍ଗଠନ ସହ ଆଦିବାସୀଙ୍କୁ ନିଜ ମାଟିରୁ ବେଦଖଲ କରିବା ନେଇ ବନ୍ଦ ଡାକରା ଦେଇଛନ୍ତି । ଏହି ଆନ୍ଦୋଳନରେ ଆଦିବାସୀ ଆନ୍ଦୋଳନ, ଅଲ ଇଣ୍ଡିଆ ଆମ୍ବେଦକର ମହାସଭା, ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତି ଭଳି ସଙ୍ଗଠନ ସାମିଲ ହୋଇଛି ।
ଆଦିବାସୀ-ଦଳିତ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା
ଆଦିବାସୀ-ଦଳିତ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା । ବିଭିନ୍ନ ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଅନ୍ୟପଟେ ଟ୍ରେଟ ୟୁନିୟନ ପକ୍ଷରୁ ମଧ୍ୟ କାଶ୍ମୀର ବନ୍ଦ ଡାକରା ଦିଆଯାଇଛି।
ଏହି ଆନ୍ଦୋଳନକୁ କଂଗ୍ରେସ, ଆମ ଆଦମୀ ପାର୍ଟି ସହ ସମାଜବାଦୀ ପାର୍ଟି ସମର୍ଥନ କରୁଛି । ଉଚ୍ଚ ଶିକ୍ଷା ସଂସ୍ଥାନ ନିଯୁକ୍ତିରେ 13 ୱାଇଣ୍ଡରୋଷ୍ଟର ଜାଗାରେ 200 ୱାଇଣ୍ଡ ରୋଷ୍ଟର ଲାଗୁ କରାଯାଉ,ସାରା ଦେଶରେ ଖାଲି ପଡିଥିବା 24 ଲକ୍ଷ ପଦକୁ ପୂରଣ, ପାଖାପାଖି 20 ଲକ୍ଷ ଆଦିବାସୀ ପରିବାରଙ୍କୁ ନିଜ ମାଟିରୁ ବେଦଖଲ କରିବା ପରେ ବର୍ତ୍ତମାନ ସୁପ୍ରିମ କୋର୍ଟର ଆଦେଶ କ୍ରମେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ,ଗତବର୍ଷ ଭାରତ ବନ୍ଦ ସମୟରେ ସମର୍ଥକଙ୍କ ଉପରେ ଲାଗିଥିବା ମକଦ୍ଦମା ହଟାଇବା ସହ ତାଙ୍କୁ ମୁକ୍ତ କରାଯାଉ, ସମ୍ବିଧାନ ଉପରେ ଆକ୍ରମଣ ବନ୍ଦ କରାଯାଉ ଏବଂ 10 ପ୍ରତିଶତ ଆରକ୍ଷଣ ପ୍ରାବଧାନ ରଦ୍ଦ କରିଯିବା ଭଳି ଦାବି ରହିଛି ।
ଏପଟେ ଆଦିବାସୀ ଦଳିତ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ସେପଟେ କାଶ୍ମୀରରେ 35 ଏ ଏବଂ ଜମାତ ଏ ଇସ୍ଲାମି ଉପରେ ଲାଗିଥିବା କଟକଣାବିରୋଧରେ କିଛି ଲୋକ କାଶ୍ମୀରରେ ବନ୍ଦ ଡାକରା ଦେଇଛନ୍ତି। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ବନ୍ଦ ଡାକରା ବ୍ୟବାସାୟୀ ଆସୋସିଏସନ ପକ୍ଷରୁ ଦିଆଯାଇଛି।