ଓଡିଶା

odisha

ETV Bharat / bharat

ଭାରତ ବନ୍ଦ: ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ - ଦେଶର 10ଟି ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି

ଦେଶର 10ଟି ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି। ଏନେଇ ଦେଶର ବିଭିନ୍ନ ଭାଗରେ ବନ୍ଦର ପ୍ରଭାବ ପଡିଛି। ଆଗକୁ ପଢନ୍ତୁ...

bharat band in different region
ଭାରତ ବନ୍ଦ

By

Published : Jan 8, 2020, 10:38 AM IST

Updated : Jan 8, 2020, 11:09 AM IST

କୋଲକାତା: ଦେଶର 10ଟି ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି । ଏହି ବନ୍ଦର ପ୍ରଭାବ ବ୍ୟାଙ୍କିଙ୍ଗ, ଟ୍ରାନ୍ସପୋର୍ଟ ସେକ୍ଟର ଉପରେ ପଡିବ । କେନ୍ଦ୍ର ସରକାରଙ୍କ ‘ଆଣ୍ଟି ନ୍ୟାସନାଲ’ ଓ ଅର୍ଥବ୍ୟବସ୍ଥା ନୀତି ବିରୋଧରେ ବନ୍ଦ ଡାକରା ଦିଆଯାଇଛି । ଏନେଇ ଦେଶର ବିଭିନ୍ନ ଭାଗରେ ବନ୍ଦର ପ୍ରଭାବ ପଡିଛି ।

ପଶ୍ଚିମବଙ୍ଗରେ ଆନ୍ଦୋଳନକାରୀ ହାବଡା ରେଳ ଷ୍ଟେସନରେ ରେଳ ରୋକ କରିଥିଲେ । ଗୌହାଟୀ, ମିଦନାପୁରରେ ପ୍ରଦର୍ଶନକାରୀ ଟ୍ରାନ୍ସପୋର୍ଟକୁ ରୋକିବା ଆରମ୍ଭ କରାସାରିଲେଣି । ଏନଏଚ-41କୁ ସମ୍ପୁର୍ଣ୍ଣ ଜାମ୍ କରିଦେଇଛନ୍ତି । ଏହାସହ ମୁମ୍ବାଇରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି । ଅନ୍ୟପକ୍ଷେ ମହାରାଷ୍ଟ୍ରର ପୂର୍ତ୍ତ ବିଭାଗ ମନ୍ତ୍ରୀ ଅଶୋକ ଚାଭନ୍ ଏହି ବିରୋଧକୁ ସମର୍ଥନ କରିଛନ୍ତି ।

ପଶ୍ଚିମବଙ୍ଗର କାଞ୍ଚରପଡା, ନର୍ଥ-24 ପାରାଗନ୍ସରେ ମଧ୍ୟ ରେଲ ରୋକ କରାଯାଇଥିବା ବେଳେ ସିଲିଗୁଡିରେ ଏକ ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି । ବସ୍ ଡ୍ରାଇଭରଙ୍କୁ ହେଲମେଟ ପିନ୍ଧିକି ବସ୍ ଚଲାଉଥିବାର ଦେଖିବାକୁ ମିଳିଛି । ଏହାସହ ଓଡିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ବରରେ ରେଳ ଷ୍ଟେସନରେ ରେଳ ରୋକି ଆନ୍ଦୋଳନ କରିଛନ୍ତି ।

ଭାରତ ବନ୍ଦ

ଅନ୍ୟପକ୍ଷେ ରାଜ୍ୟର ଶାସକ ଦଳ ବିଜେଡି ଏହାର ସମର୍ଥନରେ ନଥିଲେ ମଧ୍ୟ ବିରୋଧି ଦଳ ଏହାକୁ ନିଜ ସମର୍ଥନ ଦେଇଛି । ଟ୍ବିଟ କରି କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଛନ୍ତି । ଏହାସହ ଆଜି ପ୍ରାୟ 25କୋଟି କର୍ମକର୍ତ୍ତା ଆନ୍ଦୋଳନ କରୁଥିବା ସେ ଟ୍ବିଟ କରି ଜଣାଇଛନ୍ତି ।

ଚେନ୍ନାଇର ମାଉଣ୍ଟ ରୋଡ୍ ସ୍ଥିତ ଅଣ୍ଡରୱେ ତଳେ ଟ୍ରେଡ ୟୁନିୟନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । କେରଳର ପାଲକକ୍କଡା ଜିଲ୍ଲାରେ ବୁଧବାର ମଧ୍ୟରାତ୍ରୀରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କେଏସଆରଟିସି ବସ୍ ଓ ପ୍ରାଇଭେଟ ଗାଡିମଟର ମଧ୍ୟ ବନ୍ଦ ରହିଛି।

ପଞ୍ଜାବର ଚଣ୍ଡିଗଡଠାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ପଡିଛି। ମାହିଲପୁରଠାରେ ସିଟୁ କର୍ମକର୍ତ୍ତାଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ କୃଷକ ସଙ୍ଗଠନ ମଧ୍ୟ ସମର୍ଥନ କରୁଛି। ହୋସିଆରପୁରଠାରେ ବସକୁ ରୋକିବା ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛନ୍ତି।

Last Updated : Jan 8, 2020, 11:09 AM IST

ABOUT THE AUTHOR

...view details