ଓଡିଶା

odisha

ETV Bharat / bharat

ଜୁଲାଇ 31 ରେ ଡିଜ୍ନି ପ୍ଲସରେ ରିଲିଜ ହେବ ବ୍ଲାକ୍ ଇଜ୍ କିଙ୍ଗ ଭିଡ଼ିଓ ଆଲବମ

ଜୁଲାଇ 31 ରେ ଡିଜ୍ନି ପ୍ଲସରେ ରିଲିଜ ହେବ ପପ୍ ଷ୍ଟାର୍ ବିୟୋନ୍ସଙ୍କ ଦ୍ୱାରା ଲିଖିତ, ନିର୍ଦ୍ଦେଶିତ ତଥା କାର୍ଯ୍ୟନିର୍ବାହୀ ନୂତନ ଭିଡ଼ିଓ ଆଲବମ୍ ବ୍ଲାକ୍ ଇଜ୍ କିଙ୍ଗ । ଏହି ଆଲବମଟି ଦି ଲାୟନ୍ କିଙ୍ଗଙ୍କ ଦ୍ବାରା ଅନୁପ୍ରାଣିତ ହୋଇଛି । ଅଧିକ ପଢନ୍ତୁ...

By

Published : Jun 29, 2020, 5:55 PM IST

ଜୁଲାଇ 31 ରେ ଡିଜ୍ନି ପ୍ଲସରେ ରିଲିଜ୍ ହେବ ବ୍ଲାକ୍ ଇଜ୍ କିଙ୍ଗ ଭିଡ଼ିଓ ଆଲବମ୍
ଜୁଲାଇ 31 ରେ ଡିଜ୍ନି ପ୍ଲସରେ ରିଲିଜ୍ ହେବ ବ୍ଲାକ୍ ଇଜ୍ କିଙ୍ଗ ଭିଡ଼ିଓ ଆଲବମ୍

ଲସ୍ ଆଞ୍ଜେଲସ୍: ଜୁଲାଇ 31 ରେ ଡିଜ୍ନି ପ୍ଲସରେ ରିଲିଜ୍ ହେବ ପପ୍ ଷ୍ଟାର୍ ବିୟୋନ୍ସଙ୍କ ଦ୍ୱାରା ଲିଖିତ, ନିର୍ଦ୍ଦେଶିତ ତଥା କାର୍ଯ୍ୟନିର୍ବାହୀ ନୂତନ ଭିଡ଼ିଓ ଆଲବମ୍ ବ୍ଲାକ୍ ଇଜ୍ କିଙ୍ଗ । ତେବେ ଏହି ଭିଡିଓ ଆଲବମଟି ଦି ଲାୟନ୍ କିଙ୍ଗଙ୍କ ଦ୍ବାରା ଅନୁପ୍ରାଣିତ ହୋଇଛି ଏବଂ 1994 ଆନିମେଟେଡ୍ କ୍ଲାସିକର ଡିଜନି ଲାଇଭ୍ ଆକ୍ସନ୍ ରିମେକ ନାଟକୀୟ ରିଲିଜ୍ ର ଏକ ବର୍ଷ ପୂର୍ତ୍ତି ପରେ ମୁକ୍ତିଲାଭ କରିବ ବୋଲି ଭେରାଇଟି ରିପୋର୍ଟ କରିଛି । ଦି ଲାୟନ୍ କିଙ୍ଗ, ଦି ଗିଫ୍ଟର ସଙ୍ଗୀତ ଉପରେ ଆଧାରିତ, ଯାହା ରିମେକ୍ ସହିତ ମିଳିତ ଭାବରେ ଗତ ବର୍ଷ ବାହାରିଥିଲା । ତେବେ ଏହି ଆଲବମରେ ଚାଇଲ୍ଡ ଗାମ୍ବିନୋ, କେଣ୍ଡ୍ରିକ୍ ଲାମାର, ଫାରେଲ୍, 070 ଶେକ୍, ଟାୟରା ହ୍ୟାକ୍, ଜୟ-ଜେଡ୍, ବ୍ଲୁ ଆଇଭି କାର୍ଟର ଏବଂ ଜେସି ରେଏଜ୍, ୱିଜ୍କିଡ୍, ଶତା ୱାଲେ, ବର୍ନା ବଏ, ଇଜି, ତିୱା ସାଭେଜ୍, ଟେକ୍ନୋ, ୟେମି ଆଲାଡେ, ବୁସିସୱା ଏବଂ ସାଲାଟିଏଲ ଭଳି କଳାକାରମାନେ ଅଭିନୟ କରିଛନ୍ତି ।

ବ୍ଲାକ୍ ଇଜ୍ କିଙ୍ଗ ହେଉଛି କଳା ଅଭିଜ୍ଞତା ଉପରେ ବିଶ୍ବ ପାଇଁ ଏକ ଉତ୍ସବ ମୁଖର ସ୍ମୃତି । ବ୍ଲାକ୍ ଇଜ୍ କିଙ୍ଗ ହେଉଛି ଏକ ମହତ୍ ଉଦ୍ଦେଶ୍ୟର ଏକ ନିଶ୍ଚିତତା । ଏହି ଚଳଚ୍ଚିତ୍ରଟି ପରମ୍ପରାର ସୌନ୍ଦର୍ଯ୍ୟ ଏବଂ କଳା ଉତ୍କର୍ଷକୁ ଆଲୋକିତ କରିଛି ବୋଲି ଏକ ବିବୃତ୍ତିରେ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details