ଭୋପାଳ: ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ଦିଗରେ ଭିନ୍ନ ଏକ ପ୍ରୟାସ କରିଛି ମଧ୍ୟପ୍ରଦେଶର ବୈତୁଲ ପୌରପରିଷଦ । ଏକ ‘ବାସନ ବ୍ୟାଙ୍କ’ର ଶୁଭାରମ୍ଭ କରି ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମମାନଙ୍କରେ ଥାଳି, ଚାମଚ ଓ ଗ୍ଲାସ ଆଦି ଷ୍ଟିଲ ବାସନ କୁସନ ଯୋଗାଇ ଦେଉଛି ।
ଏହି ବାସନ ବ୍ୟାଙ୍କ ଖୋଲିବାର ଉଦ୍ଦେଶ୍ୟ ଦେଉଛି ଲୋକଙ୍କୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାରରୁ ନିବୃତ କରିବା । ଯାହାଦ୍ବାରା ସହରରେ ବୃଦ୍ଧି ପାଉଥିବା ପ୍ଲାଷ୍ଟିକ ଆବର୍ଜନାର ପରିମାଣକୁ କମ କରାଯାଇ ପାରିବ । ତେବେ ଏହି ବାସନ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ମାଗଣା ହୋଇଥିବାବେଳେ ଲୋକଙ୍କୁ କେବଳ ସିକ୍ୟୁରିଟି ବାବଦକୁ କିଛି ଟଙ୍କା ଜମା କରିବାକୁ ପଡିଥାଏ ।