ଓଡିଶା

odisha

ଘରୋଇ ଉପଚାରରେ ପେଟ ଗ୍ୟାସକୁ ଦିଅନ୍ତୁ ଛୁ ମନ୍ତ୍ର

By

Published : Jan 6, 2020, 3:20 PM IST

ବର୍ତ୍ତମାନ ସମୟରେ ପେଟ ଗ୍ୟାସ ଅସୁବିଧା ଏକ ସାଧାରଣ ରୋଗ। ମେଡିସିନ ନଖାଇ ଘରୋଇ ଉପଚାରରେ ହେବ ପେଟ ଗ୍ୟାସ ସମସ୍ୟା ଦୂର। ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ...

home remedies
ଘରୋଇ ଉପଚାରରେ ପେଟ ଗ୍ୟାସକୁ ଦିଅନ୍ତୁ ଛୁ ମନ୍ତ୍ର

ବର୍ତ୍ତମାନ ସମୟରେ ପେଟ ଗ୍ୟାସ ଅସୁବିଧା ଏକ ସାଧାରଣ ରୋଗ। ଛୋଟ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତ ଏହି ଅସୁବିଧାର ସାମ୍ନା କରୁଛନ୍ତି। ତେବେ ବାହାର ରାଗ ମସଲା ଖାଦ୍ୟ ଖାଇବା ଫଳରେ ଛାତି ଯନ୍ତ୍ରଣା ହେବା ସହ ଏହା ମୁଣ୍ଡକୁ ଉଠିଯାଇଥାଏ। ଯାହାଫଳରେ ବାନ୍ତି ଆରମ୍ଭ ହେବାସହ ଅସହ୍ୟ ମୁଣ୍ଡ ବିନ୍ଧା ହୋଇଥାଏ।

ଏଭଳି ପରିସ୍ଥିତିରେ ମେଡିସିନ ନଖାଇ ଘରୋଇ ଉପଚାରରେ ଚିକିତ୍ସା କରିବା ଦରକାର। ଯାହା ଆପଣ ଗ୍ୟାସ ସମସ୍ୟାକୁ ସବୁ ଦିନ ପାଇଁ ସମାଧାନ କରିଦେବ। କାରଣ ପେଟ ଗ୍ୟାସ ଅସୁବିଧାକୁ କେବେବି ହାଲକା ଭାବେ ନେବେ ନାହିଁ। କାରଣ ଏହା ଦ୍ବାରା ଅନେକ ରୋଗ ସୃଷ୍ଟି ହୋଇଥାଏ। ଆସନ୍ତୁ ଜାଣିବା ଉପଚାର ବିଷୟରେ...

ଘରୋଇ ଉପଚାରରେ ପେଟ ଗ୍ୟାସକୁ ଦିଅନ୍ତୁ ଛୁ ମନ୍ତ୍ର

1. ଯଦି ଆପଣ ଗ୍ୟାସ ଅସୁବିଧା ସହ ସଂଘର୍ଷ କରୁଛନ୍ତି, ପ୍ରତ୍ୟେକ ଦିନ ଖାଲି ପେଟରେ ଗୋଟିଏ ଚାମଚ ବେକିଂ ସୋଡା ସହ ଲେମ୍ବୁ ମିଶାଇ ପାଣି କରି ପିଅନ୍ତୁ। ଏହାକୁ ପିଇବା ପରେ ସଙ୍ଗେ ସଙ୍ଗେ ଆଶ୍ବସ୍ତି ମିଳିବ। ଏହାସହ ଆଶାଫୋଏଟିଡା ଗ୍ୟାସ ସମସ୍ୟା ଦୂର ପାଇଁ ଅତ୍ୟନ୍ତ ଉପାଦେୟ । ଏହାକୁ ଗୋଟିଏ ଗ୍ଲାସ ଗରମ ପାଣିରେ ମିଶାଇ ପିଅନ୍ତୁ ସମସ୍ତ ଅସୁବିଧା ଦୂର ହୋଇଯିବ।

2. ଗୋଲମରିଚ ଗୁଣ୍ଡ ଗ୍ୟାସ ଅସୁବିଧାକୁ ଦୂରେଇ ଦେବ। ତେବେ ଗୋଲମରିଚ ଖାଇବା ଦ୍ବାରା କେବଳ ଗ୍ୟାସ ଦୂର ହୁଏ ତାହା ନୁହେଁ ବରଂ ହଜମ କ୍ରିୟା ଶୀଘ୍ର ହୋଇଥାଏ। ତେଣୁ ପେଟ ଗ୍ୟାସ ସମୟରେ କ୍ଷୀର ସହ ଗୋଲ ମରିଚ ମିଶାଇ ପିଅନ୍ତୁ ଆରାମ ମିଳିବ।

3. ଯଦି ଗ୍ୟାସ ଅଛି ଅଦାକୁ ଦେଶୀ ଘିଅ ସହ ଭାଜିକି ଖାଆନ୍ତୁ, ଏହା ସଙ୍ଗେ ସଙ୍ଗେ ପେଟ ଯନ୍ତ୍ରଣାରୁ ମୁକ୍ତି ଦେବ। ନଚେତ୍ ଗୋଟିଏ ଚାମଚ ଭଜା ଜୀରାକୁ ଥଣ୍ଡା ପାଣିରେ ମିଶାଇ ପିଅନ୍ତୁ ଗ୍ୟାସ ସମସ୍ୟା ହୋଇଯିବ ଛୁ ମନ୍ତ୍ର।

ABOUT THE AUTHOR

...view details