ଓଡିଶା

odisha

ETV Bharat / bharat

ବେଙ୍ଗାଲୁରୁ ହିଂସା: 61 ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ୟୁଏପିଏ - ବେଙ୍ଗାଲୁରୁ ହିଂସାରେ ସମ୍ପୃକ୍ତ 61 ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ୟୁଏପିଏ

କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ହିଂସା ମାମଲାରେ ପୋଲିସ ୟୁଏପିଏ ଅଧୀନରେ 61 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ବେଙ୍ଗାଲୁରୁ ହିଂସା: 61 ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ୟୁଏପିଏ
ବେଙ୍ଗାଲୁରୁ ହିଂସା: 61 ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ୟୁଏପିଏ

By

Published : Aug 20, 2020, 6:40 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ହିଂସା ମାମଲାରେ ପୋଲିସ ୟୁଏପିଏ ଅଧୀନରେ 61 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରମାଣ ଏବଂ ସାକ୍ଷି ଆଧାରରେ ଏହି ମାମଲାର ତଦନ୍ତ କରାଯାଉଥିବା ପୋଲିସ କମିଶନର କମଲ ପନ୍ତ କହିଛନ୍ତି । ଏହି ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଉଛି । ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ବୁଧବାର କମଲ ପନ୍ତ ସଂଘର୍ଷ ସ୍ଥଳକୁ ପରିଦର୍ଶନ କରି ପରିସ୍ଥିତିର ସମିକ୍ଷା କରିଥିଲେ । ଅଧିକ ତଦନ୍ତ ଚାଲିଛି ଏବଂ ପଳାତକ ଅପରାଧୀଙ୍କ ପାଇଁ ଲୁକ୍ ଆଉଟ୍ ନୋଟିସ ଜାରି କରାଯାଇଛି ବୋଲି ପନ୍ତ କହିଛନ୍ତି ।

କିଛିଦିନ ପୂର୍ବରୁ ବେଙ୍ଗାଲୁରୁରେ ଏକ ଫେସବୁକ୍ ପୋଷ୍ଟକୁ ନେଇ ହିଂସା ହୋଇଥିଲା। କିଛି ଉପଦ୍ରବୀ କଂଗ୍ରେସ ବିଧାୟକ ଶ୍ରୀନିବାସ ମୁର୍ତ୍ତୀଙ୍କ ଘର ଏବଂ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 60 ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନେ 250 ରୁ ଅଧିକ ଗାଡିରେ ନିଆଁ ଲଗାଇ ଦେଇଥିଲେ। ତେବେ ଏହି ମାମଲାରେ ଏବେ ସୁଦ୍ଧା 400 ଜଣଙ୍କୁ ଗିରଫ କରାଯାଇଛି ।

ABOUT THE AUTHOR

...view details