ଓଡିଶା

odisha

ETV Bharat / bharat

ବେଙ୍ଗାଲୁରୁ ହିଂସା; 61ଜଣ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ ହେବ UAPA ଆକ୍ଟ - ବେଙ୍ଗାଲୁରୁ ହିଂସା

ବେଙ୍ଗାଲୁରୁ ହିଂସା ଘଟଣାକୁ ପୋଲିସ ଗୁରୁତର ସହ ନେଇଛି । ନଗର କମିଶନର କମଲ ପାଣ୍ଟ ଇଭେଣ୍ଟ କେଜି ହାଲ୍ଲୀ ଏବଂ ଡିଜେ ହାଲ୍ଲୀ ପରିଦର୍ଶନ କରି ସେଠାକାର ପରିସ୍ଥିତି ଯାଞ୍ଚ କରିଛନ୍ତି । 61ଜଣ ଅପରାଧୀଙ୍କୁ ଯେପରି ଜାମିନ ନମିଳିବ ସେଥିପାଇଁ କୋର୍ଟ ବେଆଇନ କାର୍ଯ୍ୟକଳାପ ନିୟନ୍ତ୍ରଣ ଅଧିନିୟମ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରିବାକୁ ଅନୁମତି ଦେଇଛି ।

ବେଙ୍ଗାଲୁରୁ ହିଂସା; 61 ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ ହେବ UAPA ଆକ୍ଟ
ବେଙ୍ଗାଲୁରୁ ହିଂସା; 61 ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ ହେବ UAPA ଆକ୍ଟ

By

Published : Aug 20, 2020, 1:42 PM IST

ବେଙ୍ଗାଲୁରୁ:ବେଙ୍ଗାଲୁରୁ ହିଂସା ଘଟଣାକୁ ପୋଲିସ ଗୁରୁତର ସହ ନେଇଛି । ନଗର କମିଶନର କମଲ ପାଣ୍ଟ ଇଭେଣ୍ଟ କେଜି ହାଲ୍ଲୀ ଏବଂ ଡିଜେ ହାଲ୍ଲୀ ପରିଦର୍ଶନ କରି ସେଠାକାର ପରିସ୍ଥିତି ଯାଞ୍ଚ କରିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ ଯେପରି ଜାମିନ ନମିଳିବ ସେଥିପାଇଁ କୋର୍ଟ ବେଆଇନ କାର୍ଯ୍ୟକଳାପ ନିୟନ୍ତ୍ରଣ ଅଧିନିୟମ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରିବାକୁ ଅନୁମତି ଦେଇଛି ।

ତେବେ ବେଆଇନ କାର୍ଯ୍ୟକଳାପ ନିୟନ୍ତ୍ରଣ ଅଧିନିୟମ ଅନୁଯାୟୀ ବର୍ତ୍ତମାନ 61 ପ୍ରମୁଖ ଅପରାଧୀଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଛି । ତେବେ ଏବେ ବି ଅନ୍ୟ ଅପରାଧୀଙ୍କୁ ଖୋଜା ଚାଲିଛି । ଗିରଫ ହେବା ପରେ ମୁଖ୍ୟ ଅଭିଯୁକ୍ତଙ୍କ ପାଇଁ ମଧ୍ୟ ଏହି ସମାନ ନିୟମ ଲାଗୁ ହେବ । ତେବେ ନିକଟରେ ବେଙ୍ଗାଲୁରୁ ହିଂସା ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ଠାରୁ ନଷ୍ଟ ସମ୍ପତ୍ତିର କ୍ଷତିପୂରଣ ଆଦାୟ କରିବେ ବୋଲି କହିଥିଲେ କର୍ଣ୍ଣାଟକ ସରକାର । ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା ଟୁଇଟ୍ କରି କହିଥିଲେ ଯେ କେଜି ହାଲ୍ଲୀ ଏବଂ ଡିଜି ହାଲ୍ଲୀରେ ଘଟିଥିବା ହିଂସା ଘଟଣାରେ ସରକାରୀ ତଥା ବେସରକାରୀ ସମ୍ପତ୍ତିର କ୍ଷୟକ୍ଷତିର ଆକଳନ କରିବାକୁ ଏବଂ ଦୋଷୀଙ୍କଠାରୁ ଖର୍ଚ୍ଚ ଫେରସ୍ତ କରିବାକୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଯୋଗ୍ୟ, ବେଙ୍ଗାଲୁରୁରେ ହିଂସା ମାମଲାରେ ଏପର୍ଯ୍ୟନ୍ତ ପ୍ରାୟ 350 ଲୋକଙ୍କୁ ଗିରଫ କରାଯାଇଛି । ହିଂସା ପ୍ରଭାବିତ ଅଞ୍ଚଳରେ ଅଗଷ୍ଟ 14 ପର୍ଯ୍ୟନ୍ତ ଧାରା 144 ଲାଗୁ କରାଯାଇଛି । ଅଗଷ୍ଟ 11ରେ ପ୍ରାୟ 2000-3000 ଲୋକ ଘର, ଗାଡି ଏବଂ ଅନ୍ୟାନ୍ୟ ସମ୍ପତ୍ତିରେ ନିଆଁ ଲଗାଇ ହିଂସାକାଣ୍ଡ ଘଟାଇଥିଲେ । ଯେଉଁଥିରେ 3 କୋଟି ଟଙ୍କା ମୂଲ୍ୟର ସୁନା ଓ ରୂପା ସାମଗ୍ରୀ, ଯାନବାହାନ ଏବଂ ଅନ୍ୟାନ୍ୟ ଜିନିଷ ଲୁଟ୍ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details