ବେଙ୍ଗାଲୁରୁ: ଫେସବୁକ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ହୋଇଥିବା ହିଂସା ଘଟଣାର ମଙ୍ଗଳବାର ତଦନ୍ତ ଭାର ହାତକୁ ନେଇଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଏ ପରିସ୍ଥିତିରେ ଏନଆଇଏ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି । ଗୁରୁବାର ହିଂସା ଘଟଣାକୁ ନେଇ ଏକକାଳୀନ 12 ସ୍ଥାନରେ ଚଢାଉ କରିଛି ଏନଆଇଏ । ଅଗଷ୍ଟ 11ରେ ବେଙ୍ଗାଲୁରର ଡିଜେ ହାଲ୍ଲି ଓ କେଜେ ହାଲ୍ଲିରେ ବ୍ୟାପକ ହିଂସା ହୋଇଥିଲା ।
ଏନଆଇଏ ଅନୁଯାୟୀ ହିଂସା ଘଟଣାର ତଦନ୍ତ ଦାୟିତ୍ବ ଗ୍ରହଣ କରାଯାଇଛି । ଏଥିରେ ରାଜ୍ୟ ପୋଲିସ ପକ୍ଷରୁ ଦାଖଲ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ ଅଧିନରେ ମାମଲା ରୁଜୁ କରାଯାଇଥିଲା । ଆଇପିସିର ଧାରା 43, 147, 307, 436, 353, 332, 333, 427, 504, 506, 149 ଏବଂ 34, ସାଧାରଣ ସମ୍ପତ୍ତି ଅଧିନିୟମର କ୍ଷତି ନିବାରଣର ଧାରା 4 ଆଧାରରେ ମାମଲା ରୁଜୁ ହୋଇଥିଲା ।