ଓଡିଶା

odisha

ETV Bharat / bharat

ଅମ୍ଫାନ କ୍ଷତିର ପୁନରୁଦ୍ଧାର ପାଇଁ ପଶ୍ଚିମବଙ୍ଗରେ ହେବ 85 ମିଲିୟନ ଚାରା ରୋପଣ - Bengal to plant over 85 million saplings

ଆସନ୍ତା ଛଅ ମାସ ମଧ୍ୟରେ ପଶ୍ଚିମବଙ୍ଗରେ 50 ନିୟୁତ ମାନଗ୍ରୋଭ୍ ଚାରା ସମେତ 85 ନିୟୁତ ଗଛ ଲଗାଯିବ। ଅମ୍ଫାନ କ୍ଷତିର ପୁନରୁଦ୍ଧାର ପାଇଁ ମମତା ବାନାର୍ଜୀଙ୍କ ବଡ ନିଷ୍ପତ୍ତୀ। ଅଧିକ ଖବର ପଢନ୍ଚୁ...

ବାତ୍ୟା ଅମ୍ପାନ
cyclone Amphan

By

Published : Jun 6, 2020, 9:10 AM IST

କୋଲକାତା: ବାତ୍ୟା ଅମ୍ପାନରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗ। ମହାମାରୀ କାଳରେ ରାଜ୍ୟ ଦେଖିଛି ପ୍ରକୃତିର କରାଳ ରୂପ। ତେବେ ବାତ୍ୟାରେ ଅନେକ ଗଛ ଭାଙ୍ଗି ଯାଇଥିବା ବେଳେ ଘର ଦ୍ବାର ନଷ୍ଟ ହୋଇଛି। ଯାହାକୁ ପୁନଃ ଭରଣା କରିବାକୁ ଅଣ୍ଟା ଭିଡିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତା ଛଅ ମାସ ମଧ୍ୟରେ ସମଗ୍ର ରାଜ୍ୟରେ 50 ନିୟୁତ ମାନଗ୍ରୋଭ୍ ଚାରା ସମେତ 85 ନିୟୁତ ଗଛ ଲଗାଇବେ ପଶ୍ଚିମବଙ୍ଗ ସରକାର।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ପୂର୍ବରୁ କହିଥିଲେ ଯେ ସୁନ୍ଦରବନରେ 50 ନିୟୁତ ମାନଗ୍ରୋଭ୍ ଚାରା ରୋପଣ କରାଯିବ। ପୃଥିବୀର ଏକମାତ୍ର ମାନଗ୍ରୋଭ୍ ଅଞ୍ଚଳ ଯେଉଁଠାରେ ବାଘ ବାସ କରନ୍ତି - ଅନ୍ୟ 35 ନିୟୁତ ଚାରା ରାଜ୍ୟରେ ରୋପଣ କରାଯିବ।

“ଆମେ କେବଳ କୋଲକାତାରେ ପ୍ରାୟ 50,000 ଚାରା ରୋପଣ କରିବୁ। ସାରା ରାଜ୍ୟରେ ଆଉ 35 ନିୟୁତ ଚାରା ରୋପଣ କରାଯିବ। ଆସନ୍ତା 6 ମାସ ମଧ୍ୟରେ ସୁନ୍ଦରବାନରେ ଏହି 50 ମିଲିୟନ୍ ଚାରା ରୋପଣ କରାଯିବ'' ବୋଲି ସେ କହିଛନ୍ତି। ଜୁନ୍ 5 ରେ ବିଶ୍ୱ ପରିବେଶ ଦିବସରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମକୁ ସେ ସମ୍ବୋଧିତ କରିବାବେଳେ ମମତା କହିଛନ୍ତି।

ପଶ୍ଚିମବଙ୍ଗର ଆଠଟି ଜିଲ୍ଲା ଦେଇ ପ୍ରବାହିତ ଯୋଗୁଁ ଲକ୍ଷ ଲକ୍ଷ ଗଛ ଉପୁଡ଼ି ଯାଇଛି କିମ୍ବା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ 100 ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। କେବଳ କୋଲକାତାରେ ଅତି କମରେ 16,000 ଗଛ ଉପୁଡ଼ି ଯାଇଛି। ସୁନ୍ଦରବନ୍ ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିଛି।

ସୁନ୍ଦରବନ 4200 ବର୍ଗ କିଲୋମିଟର ଜଙ୍ଗଲ ଅଞ୍ଚଳରୁ ପ୍ରାୟ 1600 ବର୍ଗ କିଲୋମିଟର କ୍ଷତିଗ୍ରସ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁନ୍ଦରବନ ଦୁନିଆର ସବୁଠୁ ବଡ ମାନଗ୍ରୋଭ୍ ଡେଲ୍ଟା ଏବଂ ଭାରତ ଏବଂ ବାଂଲାଦେଶ ଉପରେ ଅବସ୍ଥିତ। ସୁନ୍ଦରବନର ଭାରତୀୟ ଭାଗରେ ପ୍ରାୟ 100 ଟି ବାଘ ଅଛନ୍ତି।

ABOUT THE AUTHOR

...view details