ଓଡିଶା

odisha

ETV Bharat / bharat

ଅଣାୟତ୍ତ ପଶ୍ଚିମବଙ୍ଗ: ଡାକ୍ତରଙ୍କ ପରେ ରାଜରାସ୍ତାରେ ଟିଚର୍‌ - protest

ଦିଦି ଡାକ୍ତରଙ୍କ ରାଗ ଦିଦିନିଆ ଭାବୁଥିବା ବେଳେ ଏବେ ଏହା ସାରା ଦେଶରେ ବ୍ୟାପିଛି । ସୋମବାର(ଆଜି) ଦେଶବ୍ୟାପୀ ପାଖାପାଖି ୫ ଲକ୍ଷ ଡାକ୍ତର ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଏପରି ସମୟରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ପରେ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ପଶ୍ଚିମବଙ୍ଗ କ୍ରମଶଃ ଆଶାନ୍ତ ହେବାରେ ଲାଗିଛି ।

ଫାଇଲ ଫଟୋ

By

Published : Jun 17, 2019, 3:03 PM IST

କୋଲକାତା: ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଧାରଣା ପରେ ଧର୍ମଘଟ ସାଜି ଉଗ୍ରରୂପ ଧାରଣ କରିଛି । ଦିନକୁ ଦିନ ଦିଦିଙ୍କ ଟେନ୍‌ସନ ବଢୁଛି । ଦିଦି ଡାକ୍ତରଙ୍କ ରାଗ ଦିଦିନିଆ ଭାବୁଥିବା ବେଳେ ଏବେ ଏହା ସାରା ଦେଶରେ ବ୍ୟାପିଛି । ସୋମବାର(ଆଜି) ଦେଶବ୍ୟାପୀ ପାଖାପାଖି ୫ ଲକ୍ଷ ଡାକ୍ତର ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଏପରି ସମୟରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ପରେ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ପଶ୍ଚିମବଙ୍ଗ କ୍ରମଶଃ ଆଶାନ୍ତ ହେବାରେ ଲାଗିଛି ।


ସୂଚନା ଅନୁସାରେ କୋଲକାତା ସଲ୍ଟ ଲେକ୍‌ କ୍ଷେତ୍ର ନିକଟସ୍ଥ ମୟୁଖ ଭବନ ଦ୍ବୀପଠାରେ ଶିକ୍ଷକ ଓ ପୋଲିସଙ୍କ ମଧ୍ୟରେ ହଟ୍ଟଗୋଳ ଓ ମାରପିଟ୍‌ ହେବା ଖବର ସାମ୍ନାକୁ ଆସିଛି । ଏସଏସ୍‌କେ, ଏମ୍‌ଏସ୍‌କେ ଓ ଏଏସ୍‌ ଶିକ୍ଷକମାନେ ସୋମବାର ଶିକ୍ଷାମନ୍ତ୍ରୀଙ୍କୁ ଭେଟିବା ପାଇଁ ବିକାଶ ଭବନ ନିକଟରେ ଏକତ୍ରିତ ହୋଇଥିଲେ । ପୋଲିସ ଶିକ୍ଷକମାନଙ୍କୁ ମୟୁଖ ଭବନ ଦ୍ବୀପକୁ ପ୍ରବେଶ ପାଇଁ ବାରଣ କରିବା ସହ ବାଧା ସୃଷ୍ଟି କରିଥଲେ । ଏହାପରେ ପୋଲିସ ଓ ଶିକ୍ଷକଙ୍କ ଭିତରେ ହୋହ୍ଲାଲା, ମାରପିଟ୍‌ ଓ ହଟ୍ଟଗୋଳ ହୋଇଥିଲା । ଶିକ୍ଷକମାନେ ବ୍ୟାରିକେଡ୍‌ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାର୍ଜ କରିଥିଲା । ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଉପୁଜିଛି ।


ଏଠାରେ ସୂଚନା ଯୋଗ୍ୟ ଯେ ଡାକ୍ତରମାନେ ଆଜି ସକାଳ ୬ଟାରୁ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଏହା ଆଗାମୀ ୨୪ ଘଣ୍ଟା ଯାଏଁ ଜାରି ରହିବ । ଏହାସହ ସୋମବାର ଦ୍ବିପ୍ରହର ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଡାକ୍ତରମାନଙ୍କ ଆଲୋଚନା ହେବ ବୋଲି ସୂଚନା ରହିଛି ।

ABOUT THE AUTHOR

...view details