ଓଡିଶା

odisha

ETV Bharat / bharat

କୋମାରେ ବଙ୍ଗ ସ୍ବାସ୍ଥ୍ୟସେବା, ସାମୂହିକ ଇସ୍ତଫା ଦେଲେ 700 ଡାକ୍ତର

ଥମୁନି ପଶ୍ଚିମବଙ୍ଗ ଡାକ୍ତରଙ୍କ ଆନ୍ଦୋଳନ ନିଆଁ । ଏପଟେ ତମାମ ଘଟଣାରେ 700 ଡାକ୍ତର ସାମୂହିକ ଇସ୍ତଫା ଦେଇସାରିଲେଣି । ଡାକ୍ତରଙ୍କ ସୁରକ୍ଷା ଓ ମୁଖ୍ୟମନ୍ତ୍ରୀ ମମତା କ୍ଷମା ନମାଗିବା ପର୍ଯ୍ୟନ୍ତ ଅନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଡାକ୍ତର ଚେତାବନୀ ଦେଇଛନ୍ତି ।

By

Published : Jun 15, 2019, 5:49 PM IST

Updated : Jun 18, 2019, 10:55 AM IST

ପ୍ରତିକାତ୍ମକ ଫଟୋ

କୋଲକାତା: ସାରା ଦେଶର ଡାକ୍ତର ଏବେ ଆନ୍ଦୋଳନ ମୁହାଁ । ଥମୁନି ପଶ୍ଚିମବଙ୍ଗ ଡାକ୍ତରଙ୍କ ଆନ୍ଦୋଳନର ନିଆଁ । ଏପଟେ ପ୍ରତିଦିନ ନୂଆ ମୋଡ ନେଉଛି ଏହି ଘଟଣା । ଶନିବାର ଏହି ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି । ତେବେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ପଶ୍ଚିମବଙ୍ଗ ସରକାର ଓଲଟା କାର୍ଯ୍ୟରେ ଯୋଗ ଦେବାକୁ ଡେଡଲାଇନ ଦେବା ସହିତ ଧମକ ଦେଇଛନ୍ତି ।

ତେବେ ତମାମ ଘଟଣାରେ 700 ଡାକ୍ତର ଦେଲେଣି ସାମୂହିକ ଇସ୍ତଫା । ଏହି ଘଟଣାରେ ମମତା ବାନାର୍ଜୀଙ୍କର ବୟାନ ପରେ ଡାକ୍ତର ଆନ୍ଦୋଳନ ତୀବ୍ର ହେବାରେ ଲିଗିଛି । ଡାକ୍ତରଙ୍କୁ ଏପରି ବ୍ୟବହାର ଅସହ୍ୟ ବୋଲି କହିଛନ୍ତି ଡାକ୍ତର । ତେଣୁ ଆନ୍ଦୋଳନ ଧିରେ ଧିରେ ତେଜୁଛି ।

ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଚିକିତ୍ସା ଘଟଣାରେ 2 ଜଣ ଜୁନିଅର ଡାକ୍ତରଙ୍କୁ ଆକ୍ରମଣ କରାଯାଇଥିଲା । ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେଣୁ ଡାକ୍ତରଙ୍କୁ ସୁରକ୍ଷା ନମିଳିବା ସହ ମମତା କ୍ଷମା ନମାଗିବା ପର୍ଯ୍ୟନ୍ତ ଏହି ଅନ୍ଦୋଳନ ଲାଗି ରହିବ ବୋଲି ଆନ୍ଦୋଳନରତ ଡାକ୍ତରମାନେ ଚେତାବନୀ ଦେଇଛନ୍ତି ।

Last Updated : Jun 18, 2019, 10:55 AM IST

For All Latest Updates

ABOUT THE AUTHOR

...view details