ଓଡିଶା

odisha

ETV Bharat / bharat

କୋମାରେ ପଶ୍ଚିମବଙ୍ଗର ସ୍ବାସ୍ଥ୍ୟସେବା, 700 ଡାକ୍ତରଙ୍କ ଇସ୍ତଫା

ତେଜୁଛି ଡାକ୍ତରସଂଘ ଓ ମମତା ବାନାର୍ଜୀଙ୍କ ବିବାଦ। ସମାଧାନ ହେବା ପରିବର୍ତ୍ତେ ଇସ୍ତଫା ଦେଉଛନ୍ତି ସରକାରୀ ଡାକ୍ତର । ଫଳରେ କୋମାକୁ ଚାଲିଯାଇଛି ପଶ୍ଚିମବଙ୍ଗର ସ୍ବାସ୍ଥ୍ୟସେବା।

By

Published : Jun 15, 2019, 2:13 PM IST

ଫଟୋ ସୌଜନ୍ୟ: ଏଏନଆଇ

କୋଲକାତା: କ୍ରମାଗତ ଭାବେ ପଞ୍ଚମ ଦିନରେ ପହଞ୍ଚିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ। ସୁରକ୍ଷା ଦାବି ନେଇ ଧାରଣାକୁ ଓହ୍ଲାଇଛନ୍ତି ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ସଂଘ । ଏ ଘଟଣାର ସମାଧାନ ହେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦିଆ।ଯାଇଥିବା ଚେତାବନୀକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଜୁନିୟର ଡାକ୍ତର ସଂଘ ଆନ୍ଦୋଳନରେ ବସିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ରାଜ୍ୟରେ ଡାକ୍ତର ନିଜକୁ ଅସୁରକ୍ଷିତ ମନେ କରି ପାଖାପାଖି 700 ରୁ ଊର୍ଦ୍ଧ୍ବ ଡାକ୍ତର ଇସ୍ତଫା ଦେଇସାରିଲେଣୀ। ଫଳରେ ପଶ୍ଚିମବଙ୍ଗରେ ସ୍ବାସ୍ଥ୍ୟ ସେବା ଏକପ୍ରକାର କୋମାକୁ ଚାଲିଯାଇଛି। ତେବେ ଦେଶବ୍ୟାପୀ ଏହାକୁ ସମର୍ଥନ କରାଯାଉଥିବା ବେଳେ ମୁମ୍ବାଇ, କୋଲକାତା, ନାଗପୁର, ପାଟନା ଏବଂ ହାଇଦ୍ରାବାଦରେ ମଧ୍ୟ ରୋଗୀଙ୍କ ଚିକିତ୍ସାରେ ବାଧାସୃଷ୍ଟି ହୋଇଛି।

ଫଟୋ ସୌଜନ୍ୟ: ଏଏନଆଇ

ତେବେ ଘଟଣାକୁ ନେଇ ଏମସ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ମମତା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ 48 ଘଣ୍ଟିଆ ଡେଡ୍ ଲାଇନ ଦିଆଯାଇଛି। ଯଦି ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି ଚରମବାଣୀ ଶୁଣାଇଛନ୍ତି । ଏପରିକି ସୋମବାର ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଆନ । ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏପରି କାର୍ଯ୍ୟଶୈଳକୁ ନିନ୍ଦା କରିବା ସହ ଡାକ୍ତର ସଂଘ ସହ ଧାରଣାରେ ସାମିଲ ହେବା ନେଇ ଜଣାଇ ଦେଇଛନ୍ତି।

ଫଟୋ ସୌଜନ୍ୟ: ସୋସିଆଳ ମିଡିଆ

ପଶ୍ଚିମବଙ୍ଗର ଏନଆସଏସ ହସ୍ପିଟାଲରେ ଚିକିତ୍ସାରେ ଅସନ୍ତୋଷ ପ୍ରକାଶ କରି କିଛି ରୋଗୀଙ୍କ ସମ୍ପର୍କୀୟ ଜୁନିୟର ଡାକ୍ତରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାର ପ୍ରତିବାଦ କରି ଆନ୍ଦୋଳନରେ ବସିଛି ଡାକ୍ତର ସଂଘ।

ABOUT THE AUTHOR

...view details