ଓଡିଶା

odisha

ETV Bharat / bharat

ମେ 27 ରୁ ପଶ୍ଚିମବଙ୍ଗରେ ଖୋଲିବ ବଡ ଦୋକାନ ଓ ସେଲୁନ-ପାର୍ଲର - beauty parlours and salons can open in westbengal

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲକଡାଉନ 4 ର ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ମେ 27 ତାରିଖ ଠାରୁ ରାଜ୍ୟରେ ଖୋଲିପାରିବେ ସେଲୁନ ଏବଂ ବ୍ୟୁଟିପାର୍ଲର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପଶ୍ଚିମବଙ୍ଗରେ ଖୋଲିବ ସେଲୁନ ଓ ବ୍ୟୁଟିପାର୍ଲର
ପଶ୍ଚିମବଙ୍ଗରେ ଖୋଲିବ ସେଲୁନ ଓ ବ୍ୟୁଟିପାର୍ଲର

By

Published : May 18, 2020, 7:37 PM IST

Updated : May 18, 2020, 7:48 PM IST

କୋଲକାତା: ପଶ୍ଚିମବଙ୍ଗରେ ଲକଡାଉନ ଅବଧି ମେ 31 ତାରିଖ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲକଡାଉନ 4 ର ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ସେ କହିଛନ୍ତି ମେ 27 ତାରିଖ ଠାରୁ ସେଲୁନ ଏବଂ ବ୍ୟୁଟିପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ ଏଥିପୂର୍ବରୁ ସମସ୍ତ ପାର୍ଲର ଏବଂ ସେଲୁନ ସାନିଟାଇଜ ହେବା ଜରୁରୀ । ସେହିପରି ଶୋପିଂ ମଲ ଯେଉଁ ପ୍ରାଇଭେଟ ଅଫିସମାନ ରହିଛି ସେଠାରେ 50 ପ୍ରତିଶତ ଷ୍ଟାଫ୍ ସହ କାମ କରିପାରିବେ । ଅନ୍ତଃଜିଲ୍ଲା ବସ ସେବା ମଧ୍ୟ ମେ 21 ରୁ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି ।

ଦିଦି କହିଛନ୍ତି ଯେ ତାଙ୍କ ସରକାର କେନ୍ଦ୍ର ଦ୍ବାରା ପ୍ରସ୍ତାବିତ ରାଜ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିବେ ନାହିଁ । ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ 105 କର୍ମଚାରୀ ସ୍ବତନ୍ତ୍ର ଟ୍ରେନ୍ ଦାବି କରିସାରିଛନ୍ତି ଏବଂ ଆସନ୍ତା କିଛି ଦିନ ମଧ୍ୟରେ 120 ଜଣ ଶ୍ରମିକଙ୍କୁ ସ୍ବତନ୍ତ୍ର ଟ୍ରେନ୍ ଦେବା ପାଇଁ ସେମାନଙ୍କ ସରକାର ରେଳବାଇକୁ ଅନୁରୋଧ କରିବେ ।

ମମତା ପୁଣି କହିଛନ୍ତି, ‘ଆମେ ଆନୁଷ୍ଠାନିକ ଭାବରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରୁନାହୁଁ, କାରଣ ଲୋକେ ପୂର୍ବରୁ ହିଁ ବହୁ ଚିନ୍ତାରେ ଅଛନ୍ତି । ଆମେ ସେମାନଙ୍କ ସମସ୍ୟା ବଢାଇବାକୁ ଚାହୁଁନୁ । କିନ୍ତୁ ଆମେ ଲୋକଙ୍କୁ ଅନୁରୋଧ କରିବୁ ଯେ ସନ୍ଧ୍ୟା 7ରୁ ସକାଳ 7ଟା ପର୍ଯ୍ୟନ୍ତ ସେମାନେ ଘରୁ ବାହାରକୁ ନଯାଆନ୍ତୁ, ନଚେତ୍ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।’

ମମତା ବାନାର୍ଜୀ କହିଛନ୍ତି ଯେ ନିଷିଦ୍ଧ ଅଞ୍ଚଳଗୁଡିକ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ଯେପରିକି ପ୍ରଭାବିତ ଅଞ୍ଚଳ, ବଫର୍ ଅଞ୍ଚଳ ଏବଂ ପ୍ରଭାବଶୂନ୍ୟ ଅଞ୍ଚଳ । ପଶ୍ଚିମବଙ୍ଗରେ ଲକଡାଉନ୍ ମେ 31 ପର୍ଯ୍ୟନ୍ତ ଜାରି ରହିବ । କିନ୍ତୁ କିଛି ରିହାତି ମଧ୍ୟ ଦିଆଯିବ । ତେବେ ରାଜ୍ୟ ମେ 27 ରୁ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । ଆନ୍ତଃ ଜିଲ୍ଲା ବସ୍ ସେବା ମଧ୍ୟ ଆରମ୍ଭ ହେବ । ’

ସେହିପରି ମେ 21 ପର ଠାରୁ କଣ୍ଟେଣ୍ଟମେଣ୍ଟ ଅଞ୍ଚଳ ଛାଡି ଅନ୍ୟ ସ୍ଥାନରେ ବଡ ଷ୍ଟୋର ଖୋଲାଯିବ । ବଡ ଦୋକାନ ସହ 27 ତାରିଖ ଠାରୁ ଅଟୋରିସ୍କା ଚାଲିବା ସ୍ବାଭାବିକ କରିବା ନେଇ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଗୋଟିଏ ଅଟୋ ରିକ୍ସାରେ 2 ଜଣ ଲୋକ ବସିବାକୁ ଅନୁମତି ଦିଆଯିବ । କେନ୍ଦ୍ର ସରକାର ରବିବାର ଲକ ଡାଉନ ନେଇ ରାଜ୍ୟ ସରକାର ମଧ୍ୟ ନିଷ୍ପତ୍ତି ନେଇ ପାରିବେ ବୋଲି ଘୋଷଣା କରିଥିଲେ ।

Last Updated : May 18, 2020, 7:48 PM IST

ABOUT THE AUTHOR

...view details