ଓଡିଶା

odisha

ETV Bharat / bharat

ସାବଧାନ! କ୍ଷୀରରେ ମିଶୁଛି ଡିଟରଜେଣ୍ଟ ପାଉଡର

ମଧ୍ୟପ୍ରଦେଶର ଭୋପାଳସ୍ଥିତ ରାଜସଂସ ଡେରୀ ଫ୍ୟାକ୍ଟ୍ରିରେ ଦୁଗ୍ଧରେ ଡିଟରଜେଣ୍ଟ ପାଉଡର ମିଶ୍ରଣ ହେଉଥିବା ଜଣାପଡିଛି ।

By

Published : Aug 27, 2019, 2:14 PM IST

ପ୍ରତିକାତ୍ମକ ଫଟୋ

ଭୋପାଳ: ମଧ୍ୟପ୍ରଦେଶରେ ଦୁଗ୍ଧରେ ଅପମିଶ୍ରଣକୁ ରୋକିବା ପାଇଁ ଜାରି ରହିଥିବା ଅଭିଯାନରେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଭୋପାଳର ରାଜସଂସ ଡେରୀ ଫ୍ୟାକ୍ଟ୍ରିରେ କମ୍ପାନୀରେ ଦୁଗ୍ଧରେ ଡିଟରଜେଣ୍ଟ ପାଉଡର ମିଶ୍ରଣ ହେଉଥିବା ଜଣାପଡିଛି । ରାଜ୍ୟ ଖାଦ୍ୟ ପରୀକ୍ଷଣ ଲାବ୍ରୋଟୋରୀକୁ ପଠାଯାଇଥିବା ଏହି ଦୁଗ୍ଧର ସାମ୍ପଲ ଦ୍ବାରା ଏହା ଜଣାପଡିଛି ।

ଖାଦ୍ୟ ବିଭାଗର ଟିମ ଜୁଲାଇ 25 ତାରିଖରେ ରାଜସଂସ ଡେରୀ ଫାର୍ମର ଦୁଗ୍ଧର ନମୁନା ନେଇଥିଲେ ଆଉ ଏହାର ପରୀକ୍ଷା ପରେ ଜଣାପଡିଥିଲା ଯେ, ଏଥିରେ ଡିଟରଜେଣ୍ଟ ପାଉଡର ମିଶିଛି । ଏହାପରେ ପୋଲିସ ଉକ୍ତ ଫାର୍ମର ମାଲିକଙ୍କ ନାଁରେ ଏକ ମାମଲା ରୁଜୁ କରି ଡେରି ଫ୍ୟାକ୍ଟ୍ରିରେ ଅସୁରକ୍ଷିତ ଶ୍ରେଣୀରେ ରଖି ଫ୍ୟାକ୍ଟ୍ରିକୁ ବନ୍ଦ କରିଦେଇଛନ୍ତି ।

ରାଜ୍ୟ ଖାଦ୍ୟ ବିଭାଗର ସୁରକ୍ଷା ଅଧିକାରୀ ଦେବେନ୍ଦ୍ର ବର୍ମାଙ୍କ କହିବାନୁସାରେ, 26 ଅଗଷ୍ଟ ପର୍ଯ୍ୟନ୍ତ ଭୋପାଳରେ 411 ନମୁନା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ 102ଟି ନମୁନାର ଯାଞ୍ଚ ହୋଇସାରିଛି । ଯାଞ୍ଚରେ 37ଟି ନମୁନା ଅସଫଳ ରହିଥିବାବେଳେ ଉକ୍ତ ଫ୍ୟାକ୍ଟ୍ରି ବିରୋଧରେ ନୋଟିସ ପଠାଯାଇଛି ।

ABOUT THE AUTHOR

...view details