ଓଡିଶା

odisha

By

Published : Apr 24, 2020, 9:36 PM IST

ETV Bharat / bharat

ହ୍ବାଟ୍ସଆପ୍‌ରେ ‘ଡିଲିଟ ଫର ଏଭ୍ରିୱାନ’ ବ୍ୟବହାର କରୁଥିଲେ ସାବଧାନ !

ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ କମ୍ପାନୀ ରୋଲ ଆଉଟ କରିଥିଲା ‘ଡିଲିଟ ଫର ଏଭ୍ରିୱାନ’ ଫିଚର । ହେଲେ ଆପଣ ଏହାକୁ ବ୍ୟବହାର କରିବା ପୂର୍ବରୁ କିଛି ଜରୁରୀ ଜିନିଷ ପ୍ରତି ଧ୍ୟାନ ଦେବା ଦରକାର ।

delete for everyone, delete feature in whatsapp, whatsapp latest news, technology news, latest technology news, ଡିଲିଟ ଫର ଏଭ୍ରିୱାନ, ହ୍ବାଟ୍ସଆପ୍‌ରେ ଡିଲିଟ ଫିଚର, ହ୍ବାଟ୍ସଆପ ଲାଟେଷ୍ଟ ନ୍ୟୁଜ୍‌, ଟେକ୍ନୋଲୋଜି ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ହ୍ବାଟ୍ସଆପ୍‌ରେ ‘ଡିଲିଟ ଫର ଏଭ୍ରିୱାନ’ ବ୍ୟବହାର କରୁଥିଲେ ସାବଧାନ !

ହାଇଦ୍ରାବାଦ: ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ କମ୍ପାନୀ ରୋଲ ଆଉଟ କରିଥିଲା ଏକ ଏଭଳି ଫିଚର ଯାହାକୁ ବ୍ୟବହାର ଲୋକେ ଅନେକ ସମୟରେ ଅପଦସ୍ତ ହେବାରୁ ବଞ୍ଚିଛନ୍ତି । ଭୂଲ ସମୟରେ ମେସେଜ କିମ୍ବା ଭୂଲ ମେସେଜ କରିଥିଲେ ଆପଣ ଏହାର ‘ଡିଲିଟ ଫର ଏଭ୍ରିୱାନ’ ଫିଚରର ବ୍ୟବହାର କରି ପଠାଇଥିବା ମେସେଜକୁ ଡିଲିଟ କରିପାରିବେ । ସେ ପର୍ସନାଲ ଚାଟ ହେଉ କିମ୍ବା ଗ୍ରୁପ ଚାଟ, ପ୍ରତ୍ୟେକରେ ଏହି ଫିଚର ଲାଗୁ ହୋଇପାରେ । ହେଲେ ଆପଣ ଏହାକୁ ବ୍ୟବହାର କରିବା ପୂର୍ବରୁ କିଛି ଜରୁରୀ ଜିନିଷ ପ୍ରତି ଧ୍ୟାନ ଦେବା ଦରକାର ।

କେତେବେଳେ ମେସେଜ ବହୁତ ସମୟ ପରେ ଡିଲିଟ ହେଉଛି ତ କେତେବେଳେ ପୁଣି ଏହା ହୋଇପାରେ ନାହିଁ । ଯଦି ଆପଣ ବି ଏପରି କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣଙ୍କୁ ବି ଏହି ଫିଚର ବିଷୟରେ କିଛି ଜରୁରୀ ତଥ୍ୟ ଜାଣିବାକୁ ହେବ ।

- କୌଣସି ମେସେଜକୁ ଡିଲିଟ କରିବା ପାଇଁ ହେଲେ ଆପଣ ଓ ଆପଣ ଯାହାକୁ ମେସେଜ କରୁଛନ୍ତି, ଉଭୟେ ହ୍ବାଟ୍ସଆପର ଲାଟେଷ୍ଟ ଭର୍ସନ ବ୍ୟବହାର କରୁଥିବା ଦରକାର ।

- ଆଇଫୋନରେ ହ୍ବାଟ୍ସଆପ ବ୍ୟବହାର କରୁଥିଲେ ଆପଣ ଜାଣିବା ଦରକାର କି ମେସେଜ, ଫଟୋ କି ଭିଡିଓ ଡିଲିଟ ହେବା ପରେ ଏହା ଆଇଫୋନର ହ୍ବାଟ୍ସଆପ ଚାଟରେ ସେଭ ହୋଇ ରହିଥାଏ ।

- ଅନ୍ୟପଟେ ଆଣ୍ଡ୍ରଏଡ ଫୋନରେ ହ୍ବାଟ୍ସଆପ ବ୍ୟବହାର କରୁଥିଲେ, ଯଦି ଆପଣ କୌଣସି ମେସେଜ, ଫଟୋ ଓ ଭିଡିଓ ଡିଲିଟ କରନ୍ତି ତେବେ ତାହା ଫୋନ ଗ୍ୟାଲେରୀରୁ ମଧ୍ୟ ଡିଲିଟ ହୋଇଯାଏ ।

- ଆପଣ ମେସେଜ କରିବାର କିଛି ସେକେଣ୍ଡ ମଧ୍ୟ ଏହାକୁ ଡିଲିଟ କଲେ ଠିକ୍‌, ନଚେତ୍‌ ଆପଣ ଏହା ବି ମନରେ ରଖିବା ଦରକାର କି ଆପଣ ଯେତେ ଡେରି କରିବେ ସେହି ସମୟ ମଧ୍ୟରେ ଏହି ମେସେଜ, ଫଟୋ କିମ୍ବା ଭିଡିଓକୁ କେହି ଦେଖିସାରିଥିବେ । ତେଣୁ ଭାବି ଚିନ୍ତି ସବୁବେଳେ ମେସେଜ କରନ୍ତୁ ।

- ଆପଣ ଯାହାକୁ ମେସେଜ କରୁଛନ୍ତି ଯଦି ସେ ହ୍ବାଟ୍ସଆପକୁ ଅପଡେଟ କରିନଥାନ୍ତି ତେବେ ତାଙ୍କ ଚାଟରେ ମେସେଜ ଡିଲିଟ ହେବ ନାହିଁ । ଏହାପରେ ବି ଆପଣଙ୍କ ମେସେଜ ଡିଲିଟ ପ୍ରକ୍ରିୟା ବିଫଳ ହେଲେ ଆପଣଙ୍କୁ କୌଣସି ନୋଟିଫିକେସନ ମିଳିବ ନାହିଁ ।

- କୌଣସି ମେସେଜ ଡିଲିଟ ହେବା ପରେ ଏହା ତୁରନ୍ତ ‘THIS MESSAGE HAS BEEN DELETED’ ମେସେଜ ଦ୍ବାରା ରିପ୍ଲେସ ହୁଏ । ଯାହା ଦ୍ବାରା ଅପରପାର୍ଶ୍ବରେ ଥିବା ବ୍ୟକ୍ତି ଜାଣି ପାରନ୍ତି କି ମେସେଜ ଡିଲିଟ କରାଯାଇଛି ।

- ଅନେକ ଥର ଆପଣ ଶୁଣିଥିବେ କି ମେସେଜ ଡିଲିଟ କରିବା ପାଇଁ 6 ମିନିଟର ସମୟ ଥାଏ । ଏହାପରେ ମେସେଜ ଡିଲିଟ ହୁଏ ନାହିଁ । ତେବେ ଏହା ସମ୍ପୂର୍ଣ୍ଣ ଭୂଲ ଧାରଣା । ଗୋଟିଏ ମେସେଜ ଡିଲିଟ କରିବା ପାଇଁ ଏକ ଘଣ୍ଟାର ସମୟ ରହିଥାଏ । ଏହାପରେ ଆପଣ ‘ଡିଲିଟ ଫର ଏଭ୍ରିୱାନ’ ପାଇଁ ରିକ୍ବେଷ୍ଟ କରିପାରିବେ ନାହିଁ ।

ABOUT THE AUTHOR

...view details