କୋଲକାତା: ବିସିସିଆଇର ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ସୌରଭ ଗାଙ୍ଗୁଲି ପୁନର୍ବାର ଅସୁସ୍ଥ ହୋଇପଡିଛନ୍ତି । ସୌରଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିକଟରେ ତାଙ୍କର ଏନ୍ଜିଓଲାଷ୍ଟି ହୋଇଥିଲା । ତେବେ ବୁଧବାର ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୁଣି ଅସୁସ୍ଥ ହେଲେ ସୌରଭ ଗାଙ୍ଗୁଲି, ହସ୍ପିଟାଲରେ ଭର୍ତ୍ତି - ସୌରଭ ଗାଙ୍ଗୁଲି
ବିସିସିଆଇର ଅଧ୍ୟକ୍ଷ ସୌରଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...
ସୌରଭ ଗାଙ୍ଗୁଲିଙ୍କ ଛାତିରେ ଯନ୍ତ୍ରଣା, ହସ୍ପିଟାଲେ ଭର୍ତ୍ତି
ପୂର୍ବରୁ 2 ଜାନୁଆରୀରେ ସୌରଭ ଗାଙ୍ଗୁଲିଙ୍କ ଛାତିରେ ଯନ୍ତ୍ରଣା ହେବା କାରଣରୁ ସେ ତଳେ ପଡି ଅଚେତ୍ ହୋଇଯାଇଥିଲେ । ତେବେ ଗାଙ୍ଗୁଲି ହୃଦଘାତର ଶିକାର ହୋଇଥିବା ଜଣାପଡିଥିଲା ପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ତାଙ୍କର ଏନଜିଓପ୍ଲାଷ୍ଟି କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jan 27, 2021, 3:02 PM IST