ଓଡିଶା

odisha

ETV Bharat / bharat

ଦୂଷିତ ହେଉଛି ଯମୁନା ଜଳ - Yamuna

ନମାମି ଗଙ୍ଗା ପ୍ରକଳ୍ପରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ନଜର ଆଢୁଆଳରେ ରହିଯାଇଛି ଯମୁନା ନଦୀ ।

ଡିଡାଇନ ଫଟୋ

By

Published : May 21, 2019, 6:21 PM IST

Updated : May 21, 2019, 7:29 PM IST

ନୂଆଦିଲ୍ଲୀ: ଦୂଷିତ ହେବାରେ ଲାଗିଛି ଯମୁନା ନଦୀ । କଥାରେ ଅଛି ଗଙ୍ଗାରେ ବୁଡ ପକାଇଲେ ଯେତିକି ପୂଣ୍ୟ ମିଳିଥାଏ, ସମାନ ପୂଣ୍ୟ ମିଳିଥାଏ ଯମୁନାରେ ବୁଡ ପକାଇଲେ । କାରଣ ଗଙ୍ଗାର ଶାଖା ନଦୀ ଯମୁନା । ନଦୀର ପାଣିକୁ ଦେଖିଲେ ବୁଡ ପକାଇବା ତ ଦୂରର କଥା ଗୋଡ ଧୋଇବା ପାଇଁ ନାକ ଟେକୁଛନ୍ତି ପର୍ଯ୍ୟଟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନୂଆଦିଲ୍ଲୀ

ନଦୀ ପାର୍ଶ୍ବରେ ଝରଣା ଭଳି ବହି ଯାଇଥିବା ପାଣି ହେଉଛି ପାଖରେ ଥିବା ବଡବଡ ହୋଟେଲ ଏବଂ ଘରର ନଳା ପାଣି । ସେହିପରି ନଦୀ କଡରେ ବସବାସ କରୁଥିବା ଲୋକେ ଯମୁନାକୁ ଆବର୍ଜନା କୁଣ୍ଡ ଭାବେ ବ୍ୟବହାର ସହ ଘରର ଜାବତ୍ୟ ଅଳିଆକୁ ନଦୀ ଗର୍ଭକୁ ଫିଙ୍ଗୁଛନ୍ତି ।


କିଭଳି ଥିଲା ଯମୁନାର ଜଳ ? ଏକ ବୋତଲରେ ଜଳକୁ ସଂଗ୍ରହ କରିଥିଲେ ଆମ ରିର୍ପୋଟର । ଜଳର ରଙ୍ଗ ଥିଲା କଳା, ଆଉ ସେଥିରେ ସାଲୁବାଲୁ ହେଉଥିଲେ ପୋକ ।


ଇଂରେଜ ଶାସନ କାଳରୁ ନଦୀ ପାର୍ଶ୍ବରେ ଗଢି ଉଠିଥିବା ଘାଟ ଆବର୍ଜନା ଓ ଅନାବନା ଗଛଲତାରେ ପୋତି ହୋଇଯାଇଛି । ପୂର୍ବରୁ ନଦୀ ପାଣିକୁ ରୋଷେଇ ପାଇଁ ଲୋକେ ବ୍ୟବହାର କରୁଥିଲେ । ହେଲେ ଏବେ ପାଣି ଅବସ୍ଥା ଯାହା ଲୋକେ ହାତ ଧୋଇବାକୁ ଡରୁଛନ୍ତି ।

ବ୍ୟୁରୋ ରିର୍ପୋଟ ଇଟିଭି ଭାରତ

Last Updated : May 21, 2019, 7:29 PM IST

ABOUT THE AUTHOR

...view details