ଓଡିଶା

odisha

ETV Bharat / bharat

'ସେମାନେ ବ୍ୟାଟ୍ସ ନୁହେଁ ବ୍ୟାଟମ୍ୟାନ'

ସେନା ପକ୍ଷରୁ ବିହାର ରେଜିମେଣ୍ଟର ଯୁଦ୍ଧ ଇତିହାସର ଉତ୍ସବ ମନାଉଥିବା ଏକ ଭିଡିଓ ଟ୍ବିଟ କରାଯାଇଛି । ସେମାନେ ବ୍ୟାଟ୍ସ ନୁହେଁ ବ୍ୟାଟମ୍ୟାନ ବୋଲି ଭିଡିଓରେ ଲେଖାଯାଇଛି ।

By

Published : Jun 22, 2020, 2:54 PM IST

ସେମାନେ ବ୍ୟାଟ୍ସ ନୁହେଁ ବ୍ୟାଟମ୍ୟାନ
ସେମାନେ ବ୍ୟାଟ୍ସ ନୁହେଁ ବ୍ୟାଟମ୍ୟାନ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଘାଟିରେ ଶହୀଦ ହୋଇଥିବା ଭାରତୀୟ ସେନାର ବିହାର ରେଜିମେଣ୍ଟକୁ ସାଲ୍ୟୁଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହାର କିଛି ଘଣ୍ଟା ପରେ ଶନିବାର ସେନା ପକ୍ଷରୁ ୟୁନିଟର ଯୁଦ୍ଧ ଇତିହାସର ଉତ୍ସବ ମନାଉଥିବା ଏକ ଭିଡିଓ ଟ୍ବିଟ କରାଯାଇଛି । ଏହି ଭିଡିଓ ଜରିଆରେ ଗଲୱାନ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଚୀନକୁ କଡା ସମାଲୋଚନା କରାଯାଇଛି ।

ଭିଡିଓରେ ଲେଖାଯାଇଛି, 'ସେମାନେ ଯୁଦ୍ଧ ପାଇଁ ହିଁ ଜନ୍ମ ନେଇଛନ୍ତି । ସେମାନେ ତାହା କରନ୍ତି ଯାହା କରିବା ଉଚିତ । ସେମାନେ ବ୍ୟାଟ୍ସ ନୁହେଁ ବ୍ୟାଟମ୍ୟାନ । '

ସେନା ପକ୍ଷରୁ ଜାରି ଏହି ଭିଡିଓ 1 ମିନିଟ 57 ସେକେଣ୍ଡର ରହିଛି । ଏହି ଭିଡିଓରେ କୁହାଯାଇଛି, 'ବନ୍ଧୁଗଣ, ଦେଶବାସୀ, ଭାରତବାସୀ ମୋତେ ମୋର କିଛି ବର୍ଷ ଉଧାରରେ ଦିଅ । 21 ବର୍ଷ ପୂର୍ବେ କାରଗିଲ ଯୁଦ୍ଧ ସମୟରେ ଏବଂ ପ୍ରତିଟି ବଡ ଯୁଦ୍ଧ-1857, 1948, 1965, 1971 ଏବଂ 1991ରେ ବିହାର ରେଜିମେଣ୍ଟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । '

ତେବେ ଏହି ଭିଡିଓରେ ଗଲୱାନ ଘାଟି ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନାହିଁ । କିନ୍ତୁ ଗଲୱାନ ଘାଟିରେ ଚୀନ ସେନାଙ୍କ ସହ ହୋଇଥିବା ସଂଘର୍ଷରେ ବିହାର ରେଜିମେଣ୍ଟର ଅଧିକ ଯବାନ ଶହୀଦ ହୋଇଥିଲେ । ଏହି ଶହୀଦଙ୍କ କାହାଣୀ ସେମାନଙ୍କ ଫଟୋ ଜରିଆରେ କୁହାଯାଇଛି । ଏଥିରେ 16ତମ ବାଟାଲିୟନର କମାଣ୍ଡର ବି ସନ୍ତୋଷ ବାବୁ ମଧ୍ୟ ସାମିଲ ଅଛନ୍ତି ।

ABOUT THE AUTHOR

...view details