ଓଡିଶା

odisha

By

Published : Aug 21, 2019, 8:51 AM IST

ETV Bharat / bharat

ବାରମୂଳାରେ ଏନକାଉଣ୍ଟର: ଏସପିଓ ଶହୀଦ, ଜଣେ ଆତଙ୍କୀ ନିପାତ

ଜମ୍ମୁ-କାଶ୍ମୀର ବାରମୂଳାରେ ଏନକାଉଣ୍ଟର । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ପୋଲିସ ଅଧିକାରୀ (ଏସପିଓ) ଶହୀଦ ହୋଇଛନ୍ତି ।

ପ୍ରତିକାତ୍ମକ ଫଟୋ


ଶ୍ରୀନଗର: ଜମ୍ମୁ-କାଶ୍ମୀର ବାରମୂଳାରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ପୋଲିସ ଅଧିକାରୀ (ଏସପିଓ) ଶହୀଦ ହୋଇଛନ୍ତି ।

ସେପଟେ ମଙ୍ଗଳବାର ପାକିସ୍ତାନ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଥିଲା । ପୁଞ୍ଛ ଜିଲ୍ଲାର କୃଷ୍ଣା ଗଲୀ ସେକ୍ଟର ଏବଂ ମେଣ୍ଡର ସେକ୍ଟରରେ ପାକିସ୍ତାନ ସେନା ନିୟନ୍ତ୍ରଣ ସୀମାରେଖା ଉଲଙ୍ଘନ କରି ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରିଥିଲା । ଫଳରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିଲେ । ସେପଟେ ପାକିସ୍ତାନକୁ ମଧ୍ୟ ଭାରତୀୟ ସେନା ମୁହଁତୋଡ ଯବାବ ଦେଇଛି ।

ABOUT THE AUTHOR

...view details