ଓଡିଶା

odisha

ETV Bharat / bharat

ବାରାବଙ୍କିରେ ବିଷାକ୍ତ ମଦମୃତ୍ୟୁ ଘଟଣା: ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି - ବାରାବଙ୍କି

ବିଷାକ୍ତ ମଦ ଘଟଣାରେ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି ହୋଇଛି । ମଦମୃତ୍ୟୁ ମାମଲାରେ ଜିଲ୍ଲା ଅବକାରୀ ଅଧିକାରୀ, 3 ଜଣ ମୁଖ୍ୟ କନେଷ୍ଟବଳ, ଏକ୍ସାଇଜର 5ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଥିବା ଏଡିଜି ରାଜୀବ କ୍ରିଷ୍ଣା ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : May 28, 2019, 11:28 PM IST

ଲକ୍ଷ୍ନୌ: ବାରାବଙ୍କିର ରାମନଗରରେ ବିଷାକ୍ତ ମଦ ଘଟଣାରେ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି ହୋଇଛି । ଘଟଣାରେ ପୋଲିସ ଦେଶୀ ମଦ ଦୋକାନର ସେଲ୍ସମ୍ୟାନ ସୁନିଲ ଜାୟସଓ୍ବାଲକୁ ଗିରଫ କରିବା ସହିତ ଦୁଇଜଣ ପୁଲିସ କର୍ମୀଙ୍କୁ ମଧ୍ୟ ନିଲମ୍ବିତ କରିଛନ୍ତି । ପୋଲିସ ମଦ ଦୋକାନର ମାଲିକ ସମେତ 3 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ମଦମୃତ୍ୟୁ ମାମଲାରେ ଜିଲ୍ଲା ଅବକାରୀ ଅଧିକାରୀ, 3 ଜଣ ମୁଖ୍ୟ କନେଷ୍ଟବଳ, ଏକ୍ସାଇଜର 5ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଥିବା ଏଡିଜି ରାଜୀବ କ୍ରିଷ୍ଣା ସୂଚନା ଦେଇଛନ୍ତି ।

ଘଟଣାର ଯାଞ୍ଚ ପାଇଁ ଅଯୋଧ୍ୟାର ମଣ୍ଡଳାୟୁକ୍ତ, ପୋଲିସ ମହାନିରୀକ୍ଷକ ଓ ଅବକାରୀ ବିଭାଗର ଟିମ ଗଠନ ହୋଇଥିବାବେଳେ 48 ଘଣ୍ଟାରେ ଯାଞ୍ଚର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଉତ୍ତରପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ ସିର୍ଦ୍ଧାଥ ନାଥ ସିଂହ କହିଛନ୍ତି ।

ବିଷାକ୍ତ ମଦ ପିଇଥିବା ଗୁରୁତରଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିବାବେଳେ ମୃତକଙ୍କ ପାଇଁ ଯୋଗୀ ସରକାର 2 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ।

ABOUT THE AUTHOR

...view details