ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡନ ମାମଲାରେ କରାଯାଇଥିବା ଗୃହ ତଲାସୀକୁ ଭାରତୀୟ ବାର୍ କାଉନସିଲ୍ ଭରସା କରିଛି । ଏହା ସହ ଦୁଇ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଚେଲାମେଶ୍ବର ଓ ଜଷ୍ଟିସ୍ ମଦନ ଲାକୁର ଦେଇଥିବା ମତକୁ ନେଇ କାଉନସିଲ୍ ଉଦ୍ବେଗ ପ୍ରକାଶ କରିଛି ।
ରଞ୍ଜନ ଗୋଗୋଇ ଯୌନ ଉତ୍ପୀଡନ ମାମଲା: 2 ପୂର୍ବତନ ବିଚାରପତିଙ୍କ ମତରେ ଉଦ୍ବେଗ ପ୍ରକାଶ କଲା ବିସିଆଇ - SEXUAL HARASSMENTCASE
ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡନ ମାମଲାରେ କରାଯାଇଥିବା ଗୃହ ତଲାସୀକୁ ଭାରତୀୟ ବାର୍ କାଉସିଲ୍ ଭରସା କରିଛି । ଏହା ସହ ଦୁଇ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଚେଲାମେଶ୍ବର ଓ ଜଷ୍ଟିସ୍ ମଦନ ଲାକୁର ଦେଇଥିବା ମତକୁ ନେଇ ବାର କାଉନସିଲ୍ ଉଦ୍ବେଗ ପ୍ରକାଶ କରିଛି ।
ଜଣେ ଅଜଣା ମହିଳାଙ୍କ ଦ୍ବାରା କରାଯାଇଥିବା ଯୌନ ନିର୍ଯ୍ୟାତନା ମାମଲାକୁ ଲୁଚାଇ ଦିଆଯାଉଛି । ଏହାକୁ ନେଇ କିଛି ଲୋକ ପ୍ରମାଣ ନ ଥିବା ମନଗଢା କଥା କହୁଛନ୍ତି । ଅନୁଷ୍ଠାନ, ଇନ୍ ହାଉସ କମିଟି,ମୁଖ୍ୟ ବିଚାରପତିଙ୍କୁ ସମାଲୋଚନା କରୁଥିବା କିଛି ଓକିଲଙ୍କ ଉଦ୍ଦେଶ୍ୟ ଆମେ ବୁଝିପାରୁଛୁ । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଚେଲାମେଶ୍ବର ଓ ଜଷ୍ଟିସ୍ ମଦନ ଲାକୁର ଦେଇଥିବା ମତ କଳ୍ପନାର ବାହାରେ ବୋଲି ଭାରତୀୟ ବାର୍ କାଉନସିଲ୍ର ଅଧ୍ୟକ୍ଷ ମନନ କୁମାର ମିଶ୍ର କହିଛନ୍ତି ।
ଗତ ମେ 6 ତାରିଖରେ ଇନ୍ ହାଉସ କମିଟିର ତିନି ଜଣିଆ କମିଟି ଜଣେ ପୂର୍ବତନ କୋର୍ଟ କର୍ମଚାରୀ କରିଥିବା ଯୌନ ନିର୍ଯ୍ୟାତନା ମାମଲାରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ କ୍ଲିନ ଟିଟ ପ୍ରଦାନ କରିଥିଲେ ।