ଓଡିଶା

odisha

ETV Bharat / bharat

SBIର ପରବର୍ତ୍ତୀ ଚେୟାରମ୍ୟାନ ଭାବେ ଦିନେଶ କୁମାର ଖାରାଙ୍କ ନାମ ସୁପାରିସ - ଦ ବ୍ୟାଙ୍କ ବୋର୍ଡ ବ୍ୟୁରୋ(ବିବିବି)

ଦେଶର ସବୁଠୁ ବଡ ସରକାରୀ ସାର୍ବଜନୀନ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ବରିଷ୍ଠ ପରିଚାଳକ ନିର୍ଦ୍ଦେଶକ ଦିନେଶ କୁମାର ଖାରାଙ୍କୁ ଏସବିଆଇର ପରବର୍ତ୍ତୀ ଚେୟାରମ୍ୟାନ୍ ଭାବେ ସୁପାରିସ କରିଛି ବିବିବି । ଖାରା ଏସବିଆଇର ଚେୟାରମ୍ୟାନ ରଜନୀଶ କୁମାରଙ୍କ ସ୍ଥାନ ନେବେ । ଅଧିକ ପଢନ୍ତୁ...

ଏସବିଆଇର ପରବର୍ତ୍ତୀ ଚେୟାରମ୍ୟାନ ଭାବେ ଦିନେଶ କୁମାର ଖାରାଙ୍କ ନାମ ସୁପାରିସ
ଏସବିଆଇର ପରବର୍ତ୍ତୀ ଚେୟାରମ୍ୟାନ ଭାବେ ଦିନେଶ କୁମାର ଖାରାଙ୍କ ନାମ ସୁପାରିସ

By

Published : Aug 29, 2020, 11:47 AM IST

ନୂଆଦିଲ୍ଲୀ: ସରକାରଙ୍କ ଦ୍ବାରା ଗଠିତ ବ୍ୟାଙ୍କ ବୋର୍ଡ ବ୍ୟୁରୋ(ବିବିବି) ଶୁକ୍ରବାର ଦେଶର ସବୁଠୁ ବଡ ସରକାରୀ ସାର୍ବଜନୀନ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ବରିଷ୍ଠ ପରିଚାଳକ ନିର୍ଦ୍ଦେଶକ ଦିନେଶ କୁମାର ଖାରାଙ୍କୁ ଏସବିଆଇର ପରବର୍ତ୍ତୀ ଚେୟାରମ୍ୟାନ୍ ଭାବେ ସୁପାରିସ କରିଛି । ଏହି ବ୍ୟାଙ୍କ ବର୍ତ୍ତମାନ ରଜନୀଶ କୁମାରଙ୍କ ନେତୃତ୍ୱରେ ରହିଥିବା ବେଳେ ତାଙ୍କ କାର୍ଯ୍ୟକାଳ ଚଳିତ ଅକ୍ଟୋବର 7 ତାରିଖରେ ଶେଷ ହେବ । ଖାରା ଏସବିଆଇର ଚେୟାରମ୍ୟାନ ରଜନୀଶ କୁମାରଙ୍କ ସ୍ଥାନ ନେବେ ।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନର ପ୍ରମୁଖ ବିବିସି ସଦସ୍ୟ ଆଗାମୀ ପଦବୀ ପାଇଁ ଶୁକ୍ରବାର ଏସବିଆଇର 4 ଜଣ ପରିଚାଳକ ନିର୍ଦ୍ଦେଶକଙ୍କ ସାକ୍ଷାତକାର ନେଇଛନ୍ତି । ତେବେ ଇଣ୍ଟରଫେସ୍‌ରେ ସେମାନଙ୍କର ପ୍ରଦର୍ଶନ ଓ ସେମାନଙ୍କର ସାମଗ୍ରିକ ଅନୁଭବକୁ ଦୃଷ୍ଟିରେ ରଖି ବ୍ୟୁରୋ ସୁପାରିଶ ଏସବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଦିନେଶ କୁମାର ଖାରା ଏବଂ ସଂରକ୍ଷିତ ତାଲିକାରୁ ପ୍ରାର୍ଥୀ ଭାବେ ଶ୍ରୀନିଭାସୁଲୁ ସେଟ୍ଟୀଙ୍କୁ ଚୟନ କରାଯାଇଛି ।

ଏସବିଆଇ ଜେନେରାଲ ଇନସୁରାନ୍ସର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଖାରା ହେଉଛନ୍ତି ଏସବିଆଇର ଗ୍ଲୋବାଲ୍ ବ୍ୟାଙ୍କିଂ ଆଣ୍ଡ୍ ସବ୍ସିଡିୟାରିସ୍ (GB&S) ୱିଙ୍ଗର ପରିଚାଳନା ନିର୍ଦ୍ଦେଶକ ଏବଂ ବ୍ୟାଙ୍କର ଅଣ ବ୍ୟାଙ୍କିଂ ସହାୟକ କମ୍ପାନୀଗୁଡିକର ବ୍ୟବସାୟର ତଦାରଖ କରୁଛନ୍ତି । 56 ବର୍ଷୀୟ ଖରା ନୂଆଦିଲ୍ଲୀରୁ ଏପଏମଏସରୁ ବ୍ୟବସାୟ ପ୍ରଶାସନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । 1984 ରେ ପ୍ରୋବେସନାରୀ ଅଫିସର ଭାବରେ ଏସବିଆଇରେ ଯୋଗ ଦେଇଥିଲେ ସେ । ଏସବିଆଇକୁ ଏହାର 5 ସହଯୋଗୀ ବ୍ୟାଙ୍କ ଏବଂ ଭାରତ ମହିଳା ବ୍ୟାଙ୍କ ସହିତ ମିଶ୍ରଣ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ABOUT THE AUTHOR

...view details