ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୂର୍ବତନ ମନ୍ତ୍ରୀ ଅବଦୁଲ ରହିମ ରାଥରଙ୍କ ପୁଅ ହିଲାଲ ରାଥରଙ୍କ ବିରୋଧରେ ଥିବା ବ୍ୟାଙ୍କ ଘୋଟାଲା ତଥା ମନି ଲଣ୍ଡରିଂ ମାମଲାରେ 16ଟି ସ୍ଥାନରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜମ୍ମୁ କାଶ୍ମୀର ସ୍ଥିତ ହିଲାଲଙ୍କ ବାସଭବନ ସମେତ ଦିଲ୍ଲୀ ଓ ଲୁଧିଆନାରେ ମଧ୍ୟ ଇଡି ଚଢାଉ କରିବା ଜଣାପଡିଛି ।
ବ୍ୟାଙ୍କ୍ ଘୋଟାଲା: ଜମ୍ମୁ କାଶ୍ମୀରର ପୂର୍ବତନ ମନ୍ତ୍ରୀଙ୍କ ପୁଅ ଘରେ ଇଡିର ଚଢାଉ
ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମନ୍ତ୍ରୀ ଅବଦୁଲ ରହିମ ରାଥରଙ୍କ ପୁଅ ହିଲାଲ ରାଥରଙ୍କ ସମେତ 16ଟି ସ୍ଥାନରେ ଲଣ୍ଡରିଂ ଓ ବ୍ୟାଙ୍କ ଘୋଟାଲା ମାମଲାରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ...
ବ୍ୟାଙ୍କ୍ ଘୋଟାଲା: ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମନ୍ତ୍ରୀଙ୍କ ପୁଅ ଘର ଇଡିର ଚଢାଉ
177 କୋଟି ଟଙ୍କା ବ୍ୟାଙ୍କ ଘୋଟାଲାରେ ସିବିଆଇ ଓ ଆୟକର ବିଭାଗର ଏଫଆଇଆରକୁ ଆଧାର କରି ମନିଲଣ୍ଡରିଂ ଅଧିନିୟମ ଅନ୍ତର୍ଗତ ହିଲାଲ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ଇଡି । ତେବେ ଅଧିକ ପ୍ରମାଣ ଯୋଗାଡ କରିବା ଲକ୍ଷରେ ଏହି ଚଢାଉ ହୋଇଥିବା ଇଡି ପକ୍ଷରୁ କୁହାଯାଇଛି ।
ନିୟମ ଏବଂ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ହିଲାଲ ପାଖାପାଖି 177.68 ଋଣ ପାଇବା ପାଇଁ ଜାମ୍ମୁ ଓ କାଶ୍ମୀର ବ୍ୟାଙ୍କର ତତ୍କାଳୀନ ଅଧିକାରୀଙ୍କ ସହ ଅପରାଧିକ ଷଡଯନ୍ତ୍ର କରିଥିଲେ। ତାଙ୍କ ପିତା, ଜାମ୍ମୁ କାଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀ ତଥା ଏନସିର ଜଣେ ଟାଣୁଆ ନେତା ।