ଓଡିଶା

odisha

ETV Bharat / bharat

ଭାରତରେ ପାରିତ ହେଲା ଆଇନ; ବାଂଲାଦେଶରେ ନିଆଁ - ବାଙ୍ଗଲାଦେଶ ବୈଦେଶିକ ମନ୍ତ୍ରୀ

ସିଏବି ପାରିତ ପରେ ବାଂଲାଦେଶର ଭୂକମ୍ଫ । ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତ କଲେ ରଦ୍ଦ ।

PHOTO
ବାଙ୍ଗଲାଦେଶରେ ଲାଗିଲା ନିଆଁ

By

Published : Dec 12, 2019, 6:02 PM IST

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଦେଶର ସଂସଦ ଗୁରୁତ୍ବପୂର୍ଣ୍ଣ ନାଗରିକତା ସଂଶୋଧନ ବିଲ ପାସ ହୋଇଛି । ସୋମବାର ଲୋକସଭାରେ ଓ ବୁଧବାର ରାଜ୍ୟସଭାରେ ଏହି ବିଲ ପାସ ହୋଇଛି । ରାଜ୍ୟସଭାରେ ସରକାରଙ୍କ ବହୁମତ ନଥିଲେ ସୁଦ୍ଧା ବିଲକୁ ପାରିତ କରାଇବାରେ ବିଜେପି ଧୂରନ୍ଧର ସଫଳ ହୋଇଛନ୍ତି । ଏହାକୁ ନେଇ ଦେଶର କିଛି ସ୍ଥାନରେ ବିକ୍ଷୋଭ ଲାଗିରହିଛି ।

ଭାରତ ସଂସଦରେ ବିଲ ପାରିତ ହେଲା । ଭାରତୀୟ ସାଂସଦ ମାନେ ବିଲକୁ ପ୍ରଣୟଣ କଲେ । ହେଲେ ବାଂଲାଦେଶରେ ଏହାକୁ ନେଇ ଆରମ୍ଭ ହୋଇଛି ଭୂକମ୍ପ । ଗୁରୁବାର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ କହିଛନ୍ତି ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁଠାରେ ବାଂଲାଦେଶ ପରି ସୌହାର୍ଯ୍ୟପୂର୍ଣ୍ଣ ବାତାବାରଣ ଅଛି । ଭାରତର ଗୃହମନ୍ତ୍ରୀ କିଛିଦିନ ପାଇଁ ବାଙ୍ଗଲାଦେଶ ଗସ୍ତରେ ଆସନ୍ତୁ ତେବେ ଯାଇ ତାଙ୍କୁ ଜଣାପଡିବ ବାଂଲାଦେଶର ସାମ୍ପ୍ରଦାୟିକା ସୌହାର୍ଯ୍ୟପୂର୍ଣ୍ଣ କଣ ?

ଏହାସହ ସେ କହିଛନ୍ତି ଭାରତର ଆଭ୍ୟନ୍ତରୀଣ ମାମଲା ବହୁତ ଗମ୍ଭୀର । ପ୍ରଥମେ ତାକୁ ସମାଧାନ କରିବା ଆବାଶ୍ୟକ । ଭାରତ କଣ କଲା ନକଲା ଆମର କିଛି ଅସୁବିଧା ନାହିଁ । କିନ୍ତୁ ଆମର ଭରଷା ଅଛି ଭାରତ ଏମିତି କିଛି କରିବ ନାହିଁ ଯାହା ଉଭୟ ଦେଶର ସଂପର୍କରେ ପ୍ରଭାବ ପଡିବ ।

ସେପଟେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ତାଙ୍କର 2 ଦିନିଆ ଭାରତ ଗସ୍ତ ବାତିଲ କରିଛନ୍ତି । ଚଳିତ ମାସ 13 ଓ 14ରେ ବାଙ୍ଗଲାଦେଶ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିବାର ଥିଲା । ତାଙ୍କର ସରକାରୀ କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇଥିଲା । ସେ ସଫେଇ ଦେଇ କହିଛନ୍ତି ମୋର ଭାରତ ଗସ୍ତ ଥିଲା । କିନ୍ତୁ ଦେଶର ବିଦେଶ ରାଜ୍ୟମନ୍ତ୍ରୀ ଓ ବୈଦେଶିକ ସଚିବ ବିଦେଶ ଗସ୍ତରେ ଅଛନ୍ତି । ତେଣୁ ମୁଁ ଦେଶର ରହିବି । ହେଲେ ଜାନୁୟାରୀରେ ମୁଁ ଭାରତ ଗସ୍ତରେ ଯିବି ବୋଲି କହିଛନ୍ତି ।


ସୂଚନାଯୋଗ୍ୟ ଯେ ଗତକାଲି ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହା ବାଂଲାଦେଶର ନାଁ ନେଇ ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ ବୋଲି ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ବାଂଲାଦେଶ ଭାରତ ଉପରେ ଅସନ୍ତୁଷ୍ଟ ।

ABOUT THE AUTHOR

...view details