ଓଡିଶା

odisha

ETV Bharat / bharat

ବାଘୁଣୀ ଓ ହାତୀକୁ ପୌଷ୍ୟ ଭାବେ ଗ୍ରହଣ କଲେ ବିଧାୟକ - bangaluru MLA adopts elephant,tigress

ବାଘୁଣୀ ଓ ହାତୀକୁ ପୌଷ୍ୟ ଭାବେ ଗ୍ରହଣ କଲେ ବିଧାୟକ । ବେଙ୍ଗାଲୁରୁ ବ୍ୟାନରଘାଟ ବାୟୋଲୋଜିକାଲ ପାର୍କରେ ଥିବା ଏହି ଦୁଇ ପ୍ରୀଣୀଙ୍କୁ ସେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

bangaluru MLA adopts elephant,tigress
ପ୍ରତିକାତ୍ମକ ଫଟୋ

By

Published : May 10, 2020, 6:48 AM IST

ବେଙ୍ଗାଲୁରୁ: ବାଙ୍ଗାଲୋର ଦକ୍ଷିଣ ବିଧାନସଭା ନିର୍ବାଚନ ମଣ୍ଡଳୀର ଏମ କୃଷ୍ଣପ୍ପା ନାମକ ଜଣେ ବିଧାୟକ ବ୍ୟାନରଘାଟ ବାୟୋଲୋଜିକାଲ ପାର୍କର ଏକ ହାତୀ ଏବଂ ବାଘୁଣୀକୁ ପୋଷ୍ୟ ଭବେ ଗ୍ରହଣ କରିଛନ୍ତି। ଶନିବାର ଦିନ ଏଠାରେ ଥିବା ଏମ କୃଷ୍ଣପ୍ପା ପାର୍କ ପରିଦର୍ଶନ କରି ପୂର୍ବ ସଂରକ୍ଷଣ କ୍ଷେତ୍ରରେ ଆମର ଉଦ୍ୟମକୁ ସମର୍ଥନ କରିଛନ୍ତି ବୋଲି ପଶୁ ରକ୍ଷକ, କର୍ମଚାରୀ ଏବଂ ସହକାରୀ ନିର୍ଦ୍ଦେଶକ ତାଙ୍କର ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ସେ 17 ବର୍ଷ ବୟସ୍କ ହାତୀ ନିସର୍ଘ ଏବଂ ଦେଢ ବର୍ଷ ବୟସ୍କ ବାଘୁଣୀ ହିମାଙ୍କୁ ପୋଷ୍ୟ 2,75,000 ଟଙ୍କାରେ ଗ୍ରହଣ କରିଥିଲେ। ବାୟୋଲୋଜିକାଲ ପାର୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଦ୍ବାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ବିଧାୟକଙ୍କ ବ୍ୟତୀତ ଅନ୍ୟ ଅନେକ କିଛି ଲୋକ ମଧ୍ୟ ପଶୁମାନଙ୍କୁ ଗ୍ରହଣ କରିଛନ୍ତି। ଏହି ତାଲିକାରେ ବିବିଏମ୍ପି କର୍ପୋରେଟର ଟି ନାରାୟଣ ଏବଂ ଲଲିତା ମଧ୍ୟ ରହିଛନ୍ତି। ପୂର୍ବତନ ଅଧ୍ୟକ୍ଷ ଜିଗାନି ଟାଇଗର ଗୋକୁଲଙ୍କୁ 1 ଲକ୍ଷ ଟଙ୍କାରେ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ସେହିପରି ସର୍ଦ୍ଦାର ଶେୟାର ଖାନ 50,000 ଟଙ୍କା ଦେଇ 6 ମାସ ପାଇଁ ବାଘ ସଞ୍ଜୟଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ।

@ANI

For All Latest Updates

ABOUT THE AUTHOR

...view details