କୋଲକାତା: ପଶ୍ଚିମ ବଙ୍ଗରେ ‘ଜୟ ଶ୍ରୀରାମ’ ନାରା ଦେଉଥିବା ବିଜେପି କର୍ମୀଙ୍କ ଉପରେ ପୋଲିସର ଲାଠିଚାର୍ଜ । ଉତ୍ତର 24 ପରଗନା ଜିଲ୍ଲାର କାଚନାପାଡା ଅଞ୍ଚଳରେ ଶନିବାର ଘଟିଛି ଏଭଳି ଘଟଣା । ଏଠାରେ ଶାସକ ଦଳ ତୃଣମୂଳ କଂଗ୍ରେସର ବୈଠକ ଆରମ୍ଭ ହେବା ପୂର୍ବରୁ ବିଜେପି କର୍ମୀମାନେ ‘ଜୟ ଶ୍ରୀରାମ’ ନାରା ଦେଇ ରାସ୍ତା ଅବରୋଧ କରିବାକୁ ପ୍ରୟାସ କରୁଥିଲେ ।
ସୂଚନା ଅନୁସାରେ ଟିଏମସିର ବୈଠକ ହେବା ପୂର୍ବରୁ ଦଳୀୟ ନେତାମାନେ ଉକ୍ତ ମାର୍ଗ ଦେଇ ଆସୁଥିଲେ । ଏହି ସମୟରେ ବିଜେପି କର୍ମୀମାନେ ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରୁଥିଲେ । ପୋଲିସ ତାଙ୍କୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କଲେ ସୁଦ୍ଧା ବିଜେପି କର୍ମୀ ମାଡି ଆସୁଥିଲେ । ଉକ୍ତ ଭିଡକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ପକ୍ଷରୁ ତୁରନ୍ତ ବଳ ପ୍ରୟଗ କରାଯାଇ କାର୍ଯ୍ୟାନୁଷ୍ଠାନ ଜାରି କରାଗଲା ।