ଓଡିଶା

odisha

ETV Bharat / bharat

ଭାରତର ପ୍ରଥମ ସୋଲାର କିଚେନ ଭିଲେଜ, ଜାଣନ୍ତୁ କେଉଁଠି ?

ଭାରତର ପ୍ରଥମ ସୋଲାର କିଚେନ ଭିଲେଜ । ମଧ୍ୟପ୍ରଦେଶର ବଞ୍ଚା ଗାଁ । ଏଠିକାର ଲୋକ ନା ବ୍ୟବହାକ କରିଥାନ୍ତି ଗ୍ୟାସ ନା ହିଟର । ସୋଲାର ଷ୍ଟୋଭ ବ୍ୟବାହାର କରି ବନାଇଥାନ୍ତି ସକାଳୁ ରାତି ପର୍ଯ୍ୟନ୍ତ ଖାଦ୍ୟ ।

ସୋଲାର କିଚେନ ଭିଲେଜ

By

Published : Jun 7, 2019, 5:25 PM IST

ଭୋପାଳ : ସୋଲାର ଲାଇଟରେ ଚାଲୁଛି ରୋଷେଇ ଘର । ଭାରତର ପ୍ରଥମ ସୋଲାର କିଚେନ ଭିଲେଜ ହେଉଛି ମଧ୍ୟପ୍ରଦେଶ ଭୋପାଳର ବଞ୍ଚା । ଗାଁରେ ଥିବା ପ୍ରାୟ 74 ଟି ଘରେ ସୋଲାର ପାୱାର ବ୍ୟବାହାର କରାଯାଇ ହେଉଛି ରୋଷେଇ । ସକାଳ ଜଳଖିଆ ଠାରୁ ରାତ୍ରି ଭୋଜନ ପର୍ଯ୍ୟନ୍ତୁ ସବୁ ଏହି ସୋଲର ଷ୍ଟୋଭରେ ବନାଯାଉଛି ।

ସୋଲାର କିଚେନ ଭିଲେଜ

ଏସବୁ ସମ୍ଭବ ହୋଇଛି ସମାଜସେବୀ ମୋହନ ନଗରଙ୍କ ପାଇଁ । ଆଇଆଇଟି ବମ୍ବେରୁ ତାଙ୍କୁ ଏପରି ସୋଲାର ଲାଇଟ ବ୍ୟବହାର କରିବାର ବୁଦ୍ଧି ଆସିଥିଲା । ଆଉ ସେ କେନ୍ଦ୍ରସରକାରଙ୍କ ଠାରୁ ଷ୍ଟୋଭ ପାଇଁ ଅପିଲ କରିଥିଲେ। କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ପ୍ରକଳ୍ପରେ ପ୍ରଥମେ ଟ୍ରାଏଲ ବେସିସରେ ବଞ୍ଚା ଗାଁକୁ ବଛାଯାଇଥିଲା । ଆଉ ଏହି ଗାଁ ସଫଳ ମଧ୍ୟ ହୋଇଥିଲା । ଏହି ପ୍ରକଳ୍ପ 2018 ଡିସେମ୍ବର ମାସରେ ଶେଷ ହୋଇଥିଲା ।

ବର୍ତ୍ତମାନ ଗାଁ ଲୋକଙ୍କୁ ଆଉ ଜଙ୍ଗଲ ଯାଇ ଗଛ କାଟି ଜାଳ ସଂଗ୍ରହ କରିବା ପାଇଁ ପଡୁନାହିଁ । କି ରୋଷେଇ କରିବା ବେଳେ ଆମ ଘର କାନ୍ଥ ଓ ବାସନକୁସନ କଳା ପଡୁନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details