ଓଡିଶା

odisha

By

Published : Oct 27, 2020, 6:25 PM IST

ETV Bharat / bharat

ବଲ୍ଲଭଗଡ ଛାତ୍ରୀ ହତ୍ୟା ମାମଲା: ପୋଲିସ ରିମାଣ୍ଡରେ ଗଲେ 2 ଅଭିଯୁକ୍ତ

ବଲ୍ଲଭଗଡରେ ସୋମବାର ଛାତ୍ରୀ ନିକିତା ହତ୍ୟା ମାମଲାରେ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ହରିୟାଣା ପୋଲିସ । ଘଟଣାରେ ଏସଆଇଟି ଟିମ ଗଠନ କରିଛନ୍ତି ହରିୟାଣା ସରକାର । ଅଧିକ ପଢନ୍ତୁ...

ବଲ୍ଲଭଗଡ ଛାତ୍ରୀ ହତ୍ୟା ମାମଲା: ପୋଲିସ ରିମାଣ୍ଡରେ ଗଲେ 2 ଅଭିଯୁକ୍ତ
ବଲ୍ଲଭଗଡ ଛାତ୍ରୀ ହତ୍ୟା ମାମଲା: ପୋଲିସ ରିମାଣ୍ଡରେ ଗଲେ 2 ଅଭିଯୁକ୍ତ

ଚଣ୍ଡିଗଡ: ଫରିଦାବାଦର ବଲ୍ଲଭଗଡରେ ସୋମବାର ଛାତ୍ରୀ ନିକିତା ହତ୍ୟା ମାମଲାରେ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ହରିୟାଣା ପୋଲିସ । ଘଟଣାକୁ ନେଇ ଲୋକଙ୍କ ମନରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ ମାମଲାରେ ଗିରଫ 2 ଅଭିଯୁକ୍ତ ତୌସିଫ ଓ ରେହାନକୁ ପୋଲିସ ରିମାଣ୍ଡରେ ପଠାଇଦେଇଛନ୍ତି କୋର୍ଟ ।

ଏହାପୂର୍ବରୁ ମୃତ ଛାତ୍ରୀଙ୍କ ପରିବାରବର୍ଗ ବଲ୍ଲଭଗଡ ରାଜପଥରେ ପ୍ରଦର୍ଶନ କରିବା ସହ ନ୍ୟାୟ ପାଇଁ ଦାବି କରିଥିଲେ । ପ୍ରଶାସନ ପରିବାର ଲୋକଙ୍କ ଦାବିକୁ ସ୍ବୀକାର କରିଛି । ବର୍ତ୍ତମାନ ପରିବାର ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯିବା ସହ ଘଟଣାରେ ଏସଆଇଟି ଗଠନ କରିଛନ୍ତି ହରିୟାଣା ସରକାର ।

ସମ୍ପୂର୍ଣ୍ଣ ଘଟଣାକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ବଲ୍ଲଭଗଡ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଏହି ହତ୍ୟା ମାମଲାରେ ବ୍ୟବହୃତ ଅସ୍ତ୍ର ଜବତ କରାଯାଇଥିବା ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ ସୂଚନା ଦେଇଛନ୍ତି ।

ହରିୟାଣା ଗୃହମନ୍ତ୍ରୀଙ୍କ କହିବା ଅନୁଯାୟୀ ଏସପି କ୍ରାଇମ ଅନୀଲ କୁମାରଙ୍କ ନେତୃତ୍ବରେ ଏକ ଏସଆଇଟି ଟିମ ଗଠନ କରାଯାଇଛି । ପରିବାରବର୍ଗଙ୍କୁ ନ୍ୟାୟ ଦେବା ପାଇଁ ଶିଘ୍ର ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି ।

ସୋମବାର ଛାତ୍ରୀ ଜଣଙ୍କ ପରୀକ୍ଷା ଦେି କଲେଜରୁ ବାହାରକୁ ଆସୁଥିବା ସମୟରେ 2 ଦୁବୃର୍ତ୍ତ କାରରେ ଆସି ତାଙ୍କୁ ଜବରଦସ୍ତି ବସାଇବାକୁ ଚେଷ୍ଟା କରିଥିଲେ । ଛାତ୍ରୀ ଜଣଙ୍କ କାରରେ ବସିବାକୁ ମନା କରିବାରୁ 2 ଅଭିଯୁକ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ମୃତ ଛାତ୍ରୀ ଜଣଙ୍କ ଯୁକ୍ତ 3 ବାଣିଜ୍ୟ ଛାତ୍ରୀ ଥିଲେ । ପୋଲିସ ଏହି ଘଟଣାରେ ତତ୍ପରତା ପ୍ରକାଶ କରି 2 ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ।

ABOUT THE AUTHOR

...view details