ଡେରାଡୁନ: 17 ନଭେମ୍ବରରୁ ଭଗବାନଙ୍କ ଦ୍ବାର ବନ୍ଦ ହୋଇଯିବ ବୋଲି ବଦ୍ରି-କେଦାର ମନ୍ଦିର ସମିତି କାର୍ଯ୍ୟସୂଚୀ ପ୍ରସ୍ତୁତି କରିଛନ୍ତି । ତେବେ ବନ୍ଦ ହେବାର ଠିକ୍ 6 ମାସ ପରେ ମନ୍ଦିର କବାଟ ଖୋଲିବ ବୋଲି ପ୍ରକାଶ ।
6 ମାସ ପାଇଁ ବନ୍ଦ ରହିବ ବଦ୍ରିନାଥଙ୍କ ମନ୍ଦିର
6 ମାସ ପାଇଁ ବନ୍ଦ ରହିବ ବଦ୍ରିନାଥଙ୍କ ମନ୍ଦିର ଦ୍ବାର। 17 ନଭେମ୍ବରରୁ ଭଗବାନଙ୍କ ଦ୍ବାର ବନ୍ଦ ହୋଇଯିବ ବୋଲି ବଦ୍ରି-କେଦାର ମନ୍ଦିର ସମିତିର କାର୍ଯ୍ୟସୂଚୀ ।
ଖବର ଅନୁଯାୟୀ, ଆଜି ମନ୍ଦିରରେ ଗଣେଷ ପୂଜା ଅନୁଷ୍ଠିତ କରାଯିବ। ପୂଜା ପରେ ଗଜାନନଙ୍କ କବାଟ ଶୀତକାଳ ପାଇଁ ବନ୍ଦ କରାଯିବ। ପରେ ପରେ 16 ତାରିଖରେ ମହାଲକ୍ଷ୍ମୀ ପୂଜା ଓ 17 ରେ ଘ୍ରୀତକମବାଲ ଆୟୋଜନ କରାଯିବ। ସନ୍ଧ୍ୟା 5.13ରେ ସମସ୍ତ ପୂଜାର୍ଚ୍ଚନା ଶେଷ ପରେ ବଦ୍ରିନାଥଙ୍କ କବାଟ ଶୀତକାଳ ପାଇଁ ବନ୍ଦ କରିଦିଆଯିବ।
ବଦ୍ରିନାଥ ମନ୍ଦିରକୁ ବଦ୍ରିନାରାୟଣ ମନ୍ଦିର ମଧ୍ୟ କୁହାଯାଏ । ଯାହା ଉତ୍ତରାଖଣ୍ଡର ଅଳକାନନ୍ଦା ନଦୀ କୂଳରେ ଅବସ୍ଥିତ। ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ଯାହାକୁ ଚାରିଧାମ ମଧ୍ୟରୁ ଗୋଟିଏ ଧାମ ବୋଲି ମନାଯାଏ । କବାଟ ଖୋଲିବା ପରେ ପ୍ରତ୍ୟେକ ବର୍ଷ ଦେଶ ଓ ଦେଶ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ଏହି ମନ୍ଦିରରେ ହୋଇଥାଏ।