ଓଡିଶା

odisha

ଅଯୋଧ୍ୟା ରାୟ ଶୁଣାଇଥିବା 5 ବିଚାରପତିଙ୍କ ବଢିଲା ସୁରକ୍ଷା

ଅଯୋଧ୍ୟା ରାୟ ଶୁଣାଇଥିବା 5 ଜଣ ବିଚାରପତିଙ୍କ ବଢିଲା ସୁରକ୍ଷା । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ Z ସୁରକ୍ଷାକୁ ବଢ଼ାଇ Z+ କରାଗଲା । ସେହିପରି ଅନ୍ୟ ୪ ବିଚାରପତିଙ୍କ ସୁରକ୍ଷା Y ରୁ ବଢ଼ାଇ Y+ କରାଯାଇଛି । ଅଧିକ ଖବର ପଢନ୍ତୁ...

By

Published : Nov 9, 2019, 10:07 PM IST

Published : Nov 9, 2019, 10:07 PM IST

ଅଯୋଧ୍ୟା ରାୟ ଶୁଣାଇଥିବା 5 ବିଚାରପତିଙ୍କ ବଢିଲା ସୁରକ୍ଷା

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଦେଶର ସର୍ବପୁରାତନ ଐତିହାସିକ ମାମଲର ରାୟ । ସୁପ୍ରିମକୋର୍ଟଙ୍କ 5ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ବିବାଦର ରାୟ ପ୍ରକାଶ କରିଛନ୍ତି । ତେବେ ରାୟ ଶୁଣାଇଥିବା ୫ ବିଚାରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବ ଅପେକ୍ଷା ବଢ଼ାଇ ଦିଆଯାଇଛି ।

ସୂଚନା ଅନୁସାରେ, ସୁପ୍ରିମ୍‌ କୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ Z ସୁରକ୍ଷାକୁ ବଢ଼ାଇ Z+ କରିଛନ୍ତି । ସେହିପରି ଖଣ୍ଡପୀଠରେ ସାମିଲ ଥିବା ଅନ୍ୟ ୪ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏସ୍‌. ଅବଦୁଲ ନାଜିର, ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ଙ୍କ ସୁରକ୍ଷା Y ରୁ ବଢ଼ାଇ Y+ କରାଯାଇଛି ।

ତେବେ ଅଯୋଧ୍ୟା ବିବାଦୀୟ ଜମିକୁ ହିନ୍ଦୁ ପକ୍ଷଙ୍କୁ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର 5 ଏକର ଜାଗା ସହ ମସଜିଦ ନିର୍ମାଣ ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ମନ୍ଦିର ପାଇଁ 3 ମାସ ମଧ୍ୟରେ ଟ୍ରଷ୍ଟ ବୋର୍ଡ ଗଠନ କରି ମନ୍ଦିର ନିର୍ମାଣ କରିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ ।

ପାଖାପାଖି 5ଶହ ବର୍ଷର ଏହି ବିବାଦ ବିଶ୍ବର ସର୍ବପୁରାତନ ମାମଲା ଭାବେ ଅଭିହିତ କରାଯାଉଥିଲା । ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇବା ସହ ଏହି ମାମଲାର ପୂର୍ଣ୍ଣଚ୍ଛେଦ ପଡିଛି ।

ABOUT THE AUTHOR

...view details