ଓଡିଶା

odisha

ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଅଭିଯାନ ଆରମ୍ଭ, ରାଷ୍ଟ୍ରପତି ଦେଲେ 5 ଲକ୍ଷ 100 ଟଙ୍କା - ଚାନ୍ଦା ଅଭିଯାନ

ରାମ ମନ୍ଦିର ପାଇଁ ନିଧି ସମର୍ପଣ ଅଭିଯାନର ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସର୍ବପ୍ରଥମେ 5 ଲକ୍ଷ 100ଟଙ୍କା ଚାନ୍ଦା ଦାନ କରିଛନ୍ତି । ଅଧକ ପଢନ୍ତୁ...

ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଅଭିଯାନ ଆରମ୍ଭ, ରାଷ୍ଟ୍ରପତି ଦେଲେ 5 ଲକ୍ଷ 100 ଟଙ୍କା
ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଅଭିଯାନ ଆରମ୍ଭ, ରାଷ୍ଟ୍ରପତି ଦେଲେ 5 ଲକ୍ଷ 100 ଟଙ୍କା

By

Published : Jan 15, 2021, 4:28 PM IST

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ନିଧି ସମର୍ପଣ ଅଭିଯାନର ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସର୍ବପ୍ରଥମେ 5 ଲକ୍ଷ 100ଟଙ୍କା ଚାନ୍ଦା ଦାନ କରିଛନ୍ତି । ଏହାପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ 1 ଲକ୍ଷ ଟଙ୍କା ଦାନ ଦେଇଛନ୍ତି ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ବାମୀ ଗୋବିନ୍ଦ ଦେବ ଗିରି ମହାରାଜ ଓ ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟାଧ୍ୟକ୍ଷ ଆଲୋକ କୁମାର ସମେତ ଭିଏଚପିର ବଡ ବଡ ନେତା ଦିନ 11ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ ।

ରାମ ମନ୍ଦିର ନିଧି ଅଭିଯାନର ଶୁଭାରମ୍ଭ ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ଓ ବିଶ୍ବ ହିନ୍ଦୁ ପରିଷଦ ସମେତ ଅନେକ ଆନୁସଙ୍ଗିକ ସଂଗଠନର ଅଧିକାରୀ ବୁଧବାର ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯାଇଥିଲେ । ନ୍ୟାସର କୋଷାଧ୍ୟକ୍ଷ ଗୋବିନ୍ଦ ଗିରି, ଭବନ ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, ଭିଏଚପି କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର, ଆରଆଏସଏସ ଦିଲ୍ଲୀ ପ୍ରାନ୍ତ ଅଧ୍ୟକ୍ଷ କୁଳଭୂଷଣ ଆହୁଜା ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।

ସେପଟେ ରାମ ମନ୍ଦିର ନିର୍ମାଣ ପାଇଁ 11 କୋଟି ଟଙ୍କା ଚାନ୍ଦା ଦେଇଛନ୍ତି ଅହମଦାବାଦର ହୀରା ବେପାରୀ ଗୋବିନ୍ଦଭାଇ ଢୋଢାକିୟା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନିଧି ସଂଗ୍ରହ ଅଭିଯାନ ଅନ୍ତର୍ଗତ ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ବିଶ୍ବ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ବିନାୟକ ରାୱ ଦେଶମୁଖଙ୍କୁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି ।

ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଯୋଗାଡ ଅଭିଯାନ ଅନ୍ତର୍ଗତ 5 ଲକ୍ଷରୁ ଉର୍ଦ୍ଧ୍ବ ଗାଁରେ 12 କୋଟିରୁ ଉର୍ଦ୍ଧ୍ବ ପରିବାର ସହ ସମ୍ପର୍କ କରାଯିବ । ଚାନ୍ଦା ଯୋଗାଡ ଅଭିଯାନ 27 ଫେବୃଆରୀ ଯାଏଁ ଜାରି ରହିବ । ଅଭିଯାନ ଅନ୍ତର୍ଗତ ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ବ ହିନ୍ଦୁ ପରିଷଦ ଜନସାଧାରଣଙ୍କଠାରୁ ସହଯୋଗ ଅର୍ଥ ସଂଗ୍ରହ କରିବ ।

ଚାନ୍ଦା ଯୋଗାଡ ସମୟରେ 10 ଟଙ୍କା , 100 ଟଙ୍କା ଓ 1000 ଟଙ୍କା ଓ 2000 ଟଙ୍କାରୁ ଉର୍ଦ୍ଧ୍ବ ସହଯୋଗ କରିବା ବ୍ୟକ୍ତିଙ୍କୁ ରସିଦ ପ୍ରଦାନ କରାଯିବ । ଏହି ଚାନ୍ଦା ମାଧ୍ୟମରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ ।

ABOUT THE AUTHOR

...view details