ଓଡିଶା

odisha

ନବରତ୍ନ ଖଚିତ ବସ୍ତ୍ରରେ ଝଲସିବେ ରାମଲଲା

By

Published : Aug 1, 2020, 7:19 AM IST

Updated : Aug 1, 2020, 7:55 AM IST

ଅଗଷ୍ଟ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା ସହ ଶିଳାନ୍ୟାସ କରିବେ । ଏହି ଶୁଭ ଦିନ ପାଇଁ ରାମଲଲାଙ୍କ ପାଇଁ ସ୍ୱତନ୍ତ୍ର ବସ୍ତ୍ର ପ୍ରସ୍ତୁତ କରାଯାଇଛି । ଭାଗବତ ପ୍ରସାଦଙ୍କ ପରିବାର ଗତ ଦୁଇ ପିଢି ଧରି ରାମଲଲାଙ୍କ ପାଇଁ ବସ୍ତ୍ର ତିଆରି କରିଆସୁଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାମମନ୍ଦି ଭୂମିପୂଜନରେ ଚିମକିବ ରାମଲଲାଙ୍କ ଡ୍ରେସ
ରାମମନ୍ଦି ଭୂମିପୂଜନରେ ଚିମକିବ ରାମଲଲାଙ୍କ ଡ୍ରେସ

ଅଯୋଧ୍ୟା: ଆସନ୍ତା 5ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ସ୍ଥାପନ ହେବ । ଏହି ଶୁଭ ଦିନ ପାଇଁ ରାମଲଲାଙ୍କ ପାଇଁ ସ୍ୱତନ୍ତ୍ର ବସ୍ତ୍ର ପ୍ରସ୍ତୁତ କରାଯାଉଛି । ଭାଗବତ ପ୍ରସାଦଙ୍କ ପରିବାର ଗତ ଦୁଇ ପିଢି ଧରି ରାମଲଲାଙ୍କ ପାଇଁ ପୋଷାକ ପ୍ରସ୍ତୁତ କରିଆସୁଛନ୍ତି । ଏହି ଉତ୍ସବରେ ଭଗବାନ ରାମ ଏବଂ ତାଙ୍କ ତିନି ଭାଇଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷାକ ପ୍ରସ୍ତୁତ କରିଛନ୍ତି ଭାଗବତଙ୍କ ପରିବାର।

ଅଗଷ୍ଟ 5ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା ସହ ଶିଳାନ୍ୟାସ କରିବେ । ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ବହୁ ପ୍ରତୀକ୍ଷିତ ଭୂମିପୂଜା ଅବସରରେ ରାମଲଲା ନବରତ୍ନ ଅଳଙ୍କାରେ ତିଆରି ବସ୍ତ୍ର ପିନ୍ଧିବେ । ଭାଗବତ ପରିବାରର ଦୁଇ ଭାଇ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ପୋଷାକ ତିଆରି କରୁଛନ୍ତି । ହେଲେ ବର୍ତ୍ତମାନ ରାମ ମନ୍ଦିର ନିର୍ମାଣର ସ୍ଥାପନ ଦିବସରେ ତାଙ୍କୁ ଏହି ଡ୍ରେସ ତିଆରି କରିବାକୁ ସୁଯୋଗ ମିଳିବାରୁ ଗର୍ବ ଅନୁଭବ କରୁଛନ୍ତି ଏହି ପରିବାର ।

ନବରତ୍ନ ଏବଂ ମଖମଲ କପଡାରେ ନିର୍ମିତ ରାମଲଲାଙ୍କ ପୋଷାକ

ଅଗଷ୍ଟ 4 ଏବଂ 5 ତାରିଖରେ ଅଯୋଧ୍ୟାରେ ଆୟୋଜିତ ହେବ ଦୀପୋତ୍ସବ । ଏଥିଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଏହାର ସମସ୍ତ ଦାୟିତ୍ବ ଶ୍ରୀ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ନେଇଛି । ମନ୍ଦିରର ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ସୁନ୍ଦର କଳା ଏବଂ ଝୋଟି, ଚିତ୍ର, ଫୁଲ ସାହାଯ୍ୟରେ ସୁସଜ୍ଜିତ କରାଯାଇଛି । ସେହିପରି ଏହି ସ୍ବତନ୍ତ୍ର ଦିନରେ ରାମଲଲାଙ୍କ ପାଇଁ ଭେଲବେଟ ବା ମଖମଲ କପଡାରେ ନିର୍ମିତ ପୋଷାକ ମଧ୍ୟ ପିନ୍ଧାଯିବ । ଜ୍ୟୋତିଷଙ୍କ ସମୟ, ନକ୍ଷେତ୍ର, ଦିନ, ଲଗ୍ନ ହିସାବରେ ଏହି ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହେବ । ନବଗ୍ରହଙ୍କ ସହ ମିଶି ପ୍ରଭୁ ରାମଚନ୍ଦ୍ର ଏହି ବସ୍ତ୍ର ପିନ୍ଧିବେ ଯାହାକି ନବରତ୍ନ ଦ୍ବାରା ସଜ୍ଜିତ । ଶଙ୍କର ଲାଲ ଏବଂ ଭାଗବତ ପ୍ରସାଦ ରାମଚନ୍ଦ୍ରଙ୍କ ସମେତ ତାଙ୍କର ତିନି ଭାଇ ଭାରତ, ଲକ୍ଷ୍ମଣ, ଶତ୍ରୁଘ୍ନ ଏବଂ ହନୁମାନଙ୍କ ପାଇଁ ମଧ୍ୟ ପୋଷାକ ତିଆରି କରିଛନ୍ତି ।

ତେବେ ଭଗବାନଙ୍କ ପାଇଁ ବସ୍ତ୍ର ତିଆରି ପାଇଁ 17 ମିଟର କପଡା ବ୍ୟବହାର ହୋଇଛି । ଏନେଇ ଭଗବତ ପ୍ରସାଦ କରିଛନ୍ତି,‘ ସେ ପ୍ରଭୁରାମଚନ୍ଦ୍ରଙ୍କ ପାଇଁ କାମ କରି ବହୁତ ଖୁସି ଅଛନ୍ତି । ଏହି ଶୁଭଦିନରେ ମୋ ସିଲେଇଥିବା ବସ୍ତ୍ର ଭଗବାନ ଧାରଣ କରିବେ । ପ୍ରଭୁଙ୍କ ପାଇଁ ସ୍ବତନ୍ତ୍ର ଗହଣା ମଧ୍ୟ ତିଆରି କରି ମୁଁ ନିଜକୁ ଧନ୍ୟମନେ କରୁଛି ।'

ସୂଚନା ଥାଉକି ଗତ 3 ପିଢିରୁ ଭାଗବତ ପ୍ରସାଦଙ୍କ ପରିବାର ରାମଚନ୍ଦ୍ରଙ୍କ ସେବା କରିଆସୁଛନ୍ତି । ଶ୍ରୀ ରାମ ଜନ୍ମଭୂମି ପୂଜାରୀ ଲାଲ ଦାସ ରାମଚନ୍ଦ୍ରଙ୍କ ପାଇଁ ପୋଷାକ ତିଆରି କରିବା ଦାୟିତ୍ବ ବାବୁଲାଲଙ୍କୁ ଦେଇଥିଲେ । ବାବୁ ଲାଲ ହେଉଛନ୍ତି ଭାଗବତ ପ୍ରସାଦଙ୍କ ବାପା। ସେବେଠାରୁ ନିଜ ବାପାଙ୍କ ଦାୟିତ୍ବ ନିଜ କାନ୍ଧରେ ବୋହିନେଇଥିଲେ ଭାଗବତ । ସେ ନିଃସ୍ବାର୍ଥପର ଭାବେ ପ୍ରଭୁ ରାମଚନ୍ଦ୍ର ଏବଂ ତାଙ୍କର ତିନି ଭାଇଙ୍କ ପାଇଁ ପୋଷାକ ତିଆରି କରିଆସୁଛନ୍ତି ।

ଶଙ୍କର ଲାଲ ଏବଂ ଭାଗବତ ପ୍ରସାଦଙ୍କ ଦ୍ବାରା ପ୍ରସ୍ତୁତ ପୋଷାକ ପ୍ରଭୁ ରାମଙ୍କ ଶାଶୁଙ୍କ ସ୍ଥାନ ନେପାଳର ଜାନକପୁର ଜାନକୀ ମନ୍ଦିରକୁ ମଧ୍ୟ ପଠାଯାଇଛି । ଜାନକୀ ମନ୍ଦିର ମଧ୍ୟରେ ଅବସ୍ଥିତ ବିକ୍ରମଙ୍କ ଦେବତା ମଧ୍ୟ ଶଙ୍କର ଲାଲ ଏବଂ ଭାଗବତ ପ୍ରସାଦଙ୍କ ଦ୍ବାରା ପ୍ରସ୍ତୁତ ପୋଷାକ ପିନ୍ଧନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 1, 2020, 7:55 AM IST

ABOUT THE AUTHOR

...view details