ଓଡିଶା

odisha

ETV Bharat / bharat

ନଭେମ୍ବର 24ରେ ଅଯୋଧ୍ୟା ଯିବେ ଉଦ୍ଧବ ଠାକରେ - ayodhya verdict

ଅଯୋଧ୍ୟା ଜମି ବିବାଦ ଉପରେ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଏହା ସହିତ ସେ ନଭେମ୍ବର 24ରେ ଅଯୋଧ୍ୟା ଯାତ୍ରା କରିବେ ବୋଲି କହିଛନ୍ତି ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ

By

Published : Nov 9, 2019, 8:17 PM IST

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦରେ ପଡିଛି ପୂର୍ଣ୍ଣଚ୍ଛେଦ । ଶନିବାର ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ତେବେ କୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଏହା ସହିତ ସେ ନଭେମ୍ବର 24 ରେ ଅଯୋଧ୍ୟ ଯାତ୍ରା କରିବେ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ଅଯୋଧ୍ୟା ଗସ୍ତ ବେଳେ ଉଦ୍ଧବ ଠାକରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ସାକ୍ଷାତ କରିବେ । ରାମ ମନ୍ଦିର ଆନ୍ଦୋଳନର ଅଧ୍ୟକ୍ଷତା ଆଡଭାନୀ କରିଥିବାରୁ ସେ ତାଙ୍କୁ ସାକ୍ଷାତକାର କରି ଧନ୍ୟବାଦ ଦେବେ ବୋଲି କହିଛନ୍ତି । ଏହାସହ ଉଦ୍ଧବ ତାଙ୍କର ଆଶୀର୍ବାଦ ମଧ୍ୟ ନେବେ ।


ରାମ ମନ୍ଦିରର ପକ୍ଷରେ ନିଷ୍ପତ୍ତି ଆସିବା ପରେ ଠାକରେ କହିଛନ୍ତି, ଆଜିର ଦିନଟି ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏହିଦିନ ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ମୁଁ ଏହାକୁ ସ୍ବାଗତ କରୁଛି ସମସ୍ତେ ମଧ୍ୟ ଏହି ରାୟକୁ ସ୍ବାଗତ କରିବା ଉଚିତ ବୋଲି ସେ କହିଛନ୍ତି।

For All Latest Updates

ABOUT THE AUTHOR

...view details