ଓଡିଶା

odisha

ETV Bharat / bharat

ଏକ ଚକିଆ ମଟରଯାନ ନିର୍ମାଣ କଲେ ଅଟୋମୋବାଇଲ ଛାତ୍ର - mangalore

ମାଙ୍ଗାଲୁରୁର ବାଲାଚିଲ ସ୍ଥିତ ଶ୍ରୀନିବାସ ଟେକନିକାଲ କଲେଜର ଛାତ୍ର ନିର୍ମାଣ କରିଛନ୍ତି ଏକ ଚକିଆ ମଟରଯାନ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Jun 18, 2019, 10:04 PM IST

ମାଙ୍ଗାଲୁରୁ: ଅଟୋମୋବାଇଲ ଛାତ୍ରଙ୍କ ନୂଆ ଉଦ୍ଭାବନ । ନିର୍ମାଣ କଲେ ଏକ ଚକିଆ ମଟରଯାନ । ଯାହା ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ମାଙ୍ଗାଲୁରୁର ବାଲାଚିଲ ସ୍ଥିତ ଶ୍ରୀନିବାସ ଟେକନିକାଲ କଲେଜର ଛାତ୍ର ନିର୍ମାଣ କରିଛନ୍ତି ଏହି ଯାନ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଅଟୋମୋବାଇଲର ଚତୁର୍ଥ ବର୍ଷର ଛାତ୍ର ମୋହିତ ଏନ ମାଧବ, ପୃଥ୍ବୀ ଏଚ୍‌ ଆଚାର୍ଯ୍ୟ, ନବୀନ ଅମରନବାର ଏବଂ ପ୍ରମୋଦ ଜିଏଲ ମିଳିତ ଭାବରେ ପ୍ରସ୍ତୁତ କରିଛନ୍ତି ଏହି ଏକ ଚକିଆ ମଟରଯାନ । କଲେଜ ଅଧ୍ୟାପକ ସନ୍ତୋଷ କୁମାରଙ୍କ ମାର୍ଗଦର୍ଶନରେ ସେମାନେ ଏହି ଯାନକୁ ନିର୍ମାଣ କରିବାରେ ସଫଳ ହୋଇଛନ୍ତି ।

ଏହି ଯାନର ସ୍ବତନ୍ତ୍ରତା ହେଉଛି ଏହାର କେବଳ ଗୋଟିଏ ଚକ ରହିଛି । ସମ୍ପୂର୍ଣ୍ଣ ଗାଡି ଏବଂ ଇଞ୍ଜିନ ଚକ ଭିତରେ ରହିଛି । ତେବେ କେବଳ 18 ହଜାର ଟଙ୍କାରେ ଏହାକୁ ପ୍ରସ୍ତୁତ କରାଯାଇଛି । ଗାଡିଟିକୁ କୃଷି ଏବଂ ଉଦ୍ୟୋଗିକ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ବୋଲି ଏହାର ନିର୍ମାତା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details